ପ୍ରତିଶୋଧ ପରାୟଣ ମଣିଷ! କାମୁଡ଼ି ଦେଲା ବୋଲି ସାପକୁ କାମୁଡ଼ି ରକ୍ତ ପିଇଲେ
Advertisement
Article Detail0/zeeodisha/odisha963540

ପ୍ରତିଶୋଧ ପରାୟଣ ମଣିଷ! କାମୁଡ଼ି ଦେଲା ବୋଲି ସାପକୁ କାମୁଡ଼ି ରକ୍ତ ପିଇଲେ

କିଶୋର ପ୍ରତିଶୋଧ ପରାୟଣ ହୋଇ ସାପଟିକୁ ଅତି ନିର୍ମମ ଭାବେ ନିଜ ଦାନ୍ତରେ କାମୁଡି ମାରିଦେବା ସହ ସାପର ରକ୍ତ ପିଇ ଦେଇଥିବା ସେ କହିଛନ୍ତି। 

ପ୍ରତିକାତ୍ମକ ଫଟୋ

ଯାଜପୁର: ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ି ଦେବାରୁ ସେ ପ୍ରତିଶୋଧ ପରାୟଣ ହୋଇ ସାପଟିକୁ ନିଜ ଦାନ୍ତରେ କାମୁଡ଼ି ମାରିବା ସହ ତାର ରକ୍ତ ପିଇ ଦେଇଛନ୍ତି। କଥାଟି ଅଡ଼ୁଆ ଲାଗୁଥିଲେ ବି ଏହା ସତ୍ୟ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦାନଗଦୀ ବ୍ଲକ ଶାଳିଜଙ୍ଗା ପାଞ୍ଚୟତର ଗମ୍ଭାରୀପାଟିଆ ଗ୍ରାମରେ ଘଟିଛି। 

ସୂଚନା ମୁତାବକ ଗମ୍ଭାରୀପାଟିଆ ଗ୍ରାମର ଆଦିବାସୀ ସମ୍ପ୍ରଦାୟର ୪୫ ବର୍ଷୀୟ କିଶୋର ବଦରା ବୁଧବାର ସନ୍ଧ୍ୟାରେ ନିଜ ଚାଷ ଜମିରୁ ଫେରିବା ସମୟରେ ତାଙ୍କୁ ଏକ ସାପ କାମୁଡ଼ି (Snake bite) ଦେଇଥିଲା। ପରେ ସେ ସାପଟିକୁ ଧରି କି ସାପ ବୋଲି ଦେଖିବା ବେଳେ ତାହା ଏକ ବିଷଧର ଚିତି ସାପ (Common Krait) ବୋଲି ଜାଣିଥିଲେ। ତେବେ କିଶୋର ପ୍ରତିଶୋଧ ପରାୟଣ ହୋଇ ସାପଟିକୁ ଅତି ନିର୍ମମ ଭାବେ ନିଜ ଦାନ୍ତରେ କାମୁଡି ମାରିଦେବା ସହ ସାପର ରକ୍ତ ପିଇ ଦେଇଥିବା ସେ କହିଛନ୍ତି। 

Also Read: ଶିକୁଳିରେ ବନ୍ଧାପଡିଛି ଜୀବନ; ପୁଅର ଚିକିତ୍ସା ପାଇଁ ସରକାରୀ ସହାୟତା ଅପେକ୍ଷାରେ ପରିବାର

ଏହାପରେ ସାପ (Snake) ଟିକୁ ଧରି ସେ ଗାଁକୁ ଫେରି ନିଜ ପରିବାର ଓ ଗାଁ ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ। ପରେ ଗାଁ ଲୋକେ ତାଙ୍କୁ ମେଡିକାଲ ଯିବାକୁ ଯେତେ କହିଥିଲେ ମଧ୍ୟ ସେ କାହା କଥା ଶୁଣି ନଥିଲେ। ସେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁ ନିକଟରେ ଥିବା ଜଣେ ଗୁଣିଆ ପାଖକୁ ଯାଇ ଝଡ଼ା ଫୁଙ୍କା କରିଥିଲେ। ତେବେ ସେ ଏବେ ସମ୍ପୁର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।