CHSE Results 2022: ଚଳିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
Trending Photos
CHSE Results 2022: ଅଗଷ୍ଟ ୮ ତାରିଖରେ ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ଆସନ୍ତା ସୋମବାର ଅପରାହ୍ନ ଚାରିଟା ସମୟରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ ପରୀକ୍ଷା ଫଳ। କୋରୋନା ମହାମାରୀ କାରଣରୁ ପ୍ରାୟ ୨ ବର୍ଷ ପରେ ଅଫଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା +୨ ପରୀକ୍ଷା।
ଚଳିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (Council of Higher Secondary Education) ସିଏଚଏସଇ (CHSE) ଦ୍ୱାରା ପରିଚାଳିତ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଗତ ଜୁଲାଇ ୨୭ ତାରିଖରେ ଯୁକ୍ତ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଥିଲା। ଚଳିତ ବର୍ଷ ୨୩,୭୨୬ ଜଣ ଛାତ୍ରଛାତ୍ରୀ +୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୧ ହଜାର ୧୬୫ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ବାଣିଜ୍ୟରେ ପାସ୍ ହାର ୮୯.୨୦ ପ୍ରତିଶତ ରହିଛି। ସେହିପରି ବିଜ୍ଞାନରେ ୭୬ ହଜାର ୬୦୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୨ ହଜାର ୧୦୬ ପରୀକ୍ଷାର୍ଥୀ ପାସ କରିଛନ୍ତି। ବିଜ୍ଞାନରେ ପାସ ହାର ୯୪.୧୨ ପ୍ରତିଶତ ରହିଛି।
ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ
ଚଳିତ ବର୍ଷ +୨ ବିଜ୍ଞାନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ସଂଖ୍ୟା: ୭୬,୬୦୪