ଋଷିଆକୁ ପୃଥକ କରିବା ପାଇଁ ହେଉଥିବା ପ୍ରୟାସକୁ ସମର୍ଥନ କରିବ ନାହିଁ ଭାରତ: ଋଷୀୟ ରାଷ୍ଟ୍ରଦୂତ
Advertisement
Article Detail0/zeeodisha/odisha1246845

ଋଷିଆକୁ ପୃଥକ କରିବା ପାଇଁ ହେଉଥିବା ପ୍ରୟାସକୁ ସମର୍ଥନ କରିବ ନାହିଁ ଭାରତ: ଋଷୀୟ ରାଷ୍ଟ୍ରଦୂତ

India Russia Relations: ବିଶ୍ୱ ସମୁଦାୟରେ ଋଷିକୁ ପୃଥକ କରିବା ପାଇଁ ହେଉଥିବା ପ୍ରୟାସକୁ ଭାରତ ସମର୍ଥନ କରିବ ନାହିଁ। 

 ଋଷିଆକୁ ପୃଥକ କରିବା ପାଇଁ ହେଉଥିବା ପ୍ରୟାସକୁ ସମର୍ଥନ କରିବ ନାହିଁ ଭାରତ: ଋଷୀୟ ରାଷ୍ଟ୍ରଦୂତ

India Russia Relations: ମଙ୍ଗଳବାର ଭାରତରେ ଅବସ୍ଥାପିତ ଋଷୀୟ ରାଷ୍ଟ୍ରଦୂତ ଡେନିସ ଆଲିପୋଭ ମଙ୍ଗଳବାର କହିଛନ୍ତି ଯେ ବହୁପକ୍ଷୀୟ ମଞ୍ଚରେ ତାଙ୍କ ଦେଶକୁ ପୃଥକ କରିବା ପାଇଁ ହେଉଥିବା ପ୍ରୟାସକୁ ସମର୍ଥନ କରୁନଥିବାରୁ ଋଷିଆ ଭାରତର     ପ୍ରଂଶସା କରିଥାଏ। ଦୁଇ ଦେଶ ମଧ୍ୟରେ ହେଉଥିବା ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବଢୁଛି। ରାଷ୍ଟ୍ରଦୂତ ଆଲିପୋଭ ଏହା ମଧ୍ୟ କହିଛନ୍ତି ଯେ ଡିଜିଟାଲ ମାଧ୍ୟମ ମାଧ୍ୟମରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ବ୍ରାଜିଲ-ଋଷିଆ-ଭାରତ-ଚୀନ୍-ଦକ୍ଷିଣ ଆଫ୍ରିକା ଆଦି ଦେଶକୁ ସମ୍ପ୍ରସାରଣ କରିବାର ସଂକଳ୍ପ ଏହି ଗୋଷ୍ଠୀର ସମ୍ପ୍ରତି ଶିଖର ସମ୍ମିଳନୀରେ ନୀତିଗତ ସମର୍ଥନ ପାଇଛି। ମାତ୍ର ଏହି ଘଟଣାରେ କୌଣସି ତତ୍ପରତା ପ୍ରତିକୂଳ ସାବ୍ୟସ୍ତ ହୋଇପାରେ। 

ସ୍ୱଦେଶୀ  'ସ୍ପୁତନିକ' ପ୍ରକାଶନକୁ ପ୍ରତିକ୍ରିୟା ଦେଇ ଭାରତରେ ଅବସ୍ଥାପିତ ଋଷୀୟ ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି ଏପରି ପ୍ରକ୍ରିୟାର ନୀତି, ମାନକ ଏବଂ ପ୍ରକ୍ରିୟା ବାବଦରେ ବିସ୍ତୃତ ଭାବରେ ଚିନ୍ତା କରିବା ଆବଶ୍ୟକ। ଯାହା ଆଲୋଚନା ଏବଂ ସହମତି ମାଧ୍ୟମରେ ବିକଶିତ ହେବା ଆବଶ୍ୟକ

ଭାରତ-ଋଷିଆ ସମ୍ପର୍କ ଉପରେ ପ୍ରତିକ୍ରିୟା ରଖି ଋଷୀୟ ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି ଏହି ସହଭାଗୀତା ଏକ ଗଭୀର ରଣନୀତିକ ଭିତ୍ତିଭୂମି ଉପରେ ନିର୍ଭର କରେ। ଯାହା କେବଳ ସୁଦୃଢ ଐତିହାସିକ ମୂଳ ଉପରେ ନୁହେଁ ବରଂ ଭବିଷ୍ୟତର ବୈଶ୍ୱିକ ବ୍ୟବସ୍ଥାର ସାଧାରଣ ଦୃଷ୍ଟିକୋଣ ଉପରେ ମଧ୍ୟ ଆଧାରିତ। ୟୁକ୍ରେନରେ ଘଟିଥିବା ଘଟଣାର ମୂଲ୍ୟାଙ୍କନ ପାଇଁ  ମସ୍କୋ ନୂଆଦିଲ୍ଲୀ ପାଖରେ କୃତଜ୍ଞ। ଖାଲି ସେତିକି ନୁହେଁ ସେମାନେ ବର୍ତ୍ତମାନର ଭୂରାଜନୈତିକ ଏବଂ ଭୂଅର୍ଥନୈତିକ ପରିସ୍ଥିତିର ପୃଷ୍ଠଭୂମି ବୁଝିଛନ୍ତି। ବର୍ତ୍ତମାନର ବିଶ୍ୱ ଖାଦ୍ୟ ଏବଂ ଶକ୍ତି ସଙ୍କଟର ଉତ୍ପତ୍ତିରେ ଲଗାଯାଇଥିବା ବେଆଇନ ପ୍ରତିବନ୍ଧକ କାରଣରୁ ହୋଇଥିବା ବିପର୍ଯ୍ୟସ୍ତ ଭୂମିକାକୁ ସେମାନେ (ଭାରତ) ଦେଖିଛନ୍ତି।

ବିଶ୍ୱ ସମୁଦାୟରେ ଋଷିକୁ ପୃଥକ କରିବା ପାଇଁ ହେଉଥିବା ପ୍ରୟାସକୁ ଭାରତ ସମର୍ଥନ କରିବ ନାହିଁ। ବିଶ୍ୱର ଅନ୍ୟ ପ୍ରମୁଖ ସମସ୍ୟାକୁ ଅଣଦେଖା କରି ପାଶ୍ଚାତ୍ୟ ଦେଶର ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି ଭାରତରେ ଅବସ୍ଥାପିତ ଋଷୀୟ ରାଷ୍ଟ୍ରଦୂତ ଡେନିସ ଆଲିପୋଭ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସଙ୍କଟ ପୃଷ୍ଠଭୂମିରେ ବିଶ୍ୱ ଶକ୍ତି ଏବଂ ଖାଦ୍ୟ ବଜାରର ସ୍ଥିତି ଉପରେ ଆଲୋଚନା କରିବାର କିଛି ଦିନ ପରେ ଭାରତରେ ଅବସ୍ଥାପିତ ଋଷୀୟ ରାଷ୍ଟ୍ରଦୂତ ଡେନିସ ଆଲିପୋଭଙ୍କ ମନ୍ତବ୍ୟ ଆସିଛି।

Also Read: ଆମେରିକା ଚେତାବନୀକୁ ଅଣଦେଖା; ଋଷିଆ ସହ ଏହି ବଡ଼ ଚୁକ୍ତି କଲା ଭାରତ 

Also Read: ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ଭାରତ ଲାଗି ଆସିଲା ଆଶ୍ୱସ୍ତିକର ଖବର