Jammu and Kashmir: ଜମ୍ମୁ କାଶ୍ମୀରରେ ଟାର୍ଗେଟ କିଲିଂ ଥମିବାରେ ନାମ ନେଉନାହିଁ । ଆତଙ୍କବାଦୀମାନେ ବର୍ତ୍ତମାନ ବ୍ୟାଙ୍କରେ ପ୍ରବେଶ କରି ମ୍ୟାନେଜରଙ୍କୁ ଗୁଳି ମରିବାର ଦୁଃସାହସ କରିଛନ୍ତି । ଟାର୍ଗେଟ କିଲିଂର ଶିକାର ହୋଇଥିବା ବ୍ୟାଙ୍କ ମ୍ୟାନେଜର ବିଜୟ କୁମାର ରାଜସ୍ଥାନର ବାସିନ୍ଦା ଥିଲେ ।
Trending Photos
Target Killing: ଜମ୍ମୁ କାଶ୍ମୀରରେ (Jammu and Kashmir) ଟାର୍ଗେଟ କିଲିଂ ଥମିବାରେ ନାମ ନେଉନାହିଁ । ଆତଙ୍କବାଦୀମାନେ (Terrorist ) ବର୍ତ୍ତମାନ ବ୍ୟାଙ୍କରେ ପ୍ରବେଶ କରି ମ୍ୟାନେଜରଙ୍କୁ ଗୁଳି ମରିବାର ଦୁଃସାହସ କରିଛନ୍ତି । ଆକ୍ରମଣ ପରେ ବିଜୟ କୁମାରଙ୍କୁ (Vijay Kumar) ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ମଙ୍ଗଳବାର ଦିନ ଆତଙ୍କବାଦୀମାନେ କୁଲଗାମରେ ଏକ ସରକାରୀ ସ୍କୁଲ ଶିକ୍ଷକ ରଜନୀ ବାଲାଙ୍କୁ ହତ୍ୟା କରିଥିଲେ । ଏହାପୂର୍ବରୁ କର୍ମଚାରୀ ରାହୁଲ ଭଟଙ୍କୁ ବୁଦ୍ଧଗାମର ତହସିଲ ପରିସରରେ ପ୍ରବେଶ କରି ହତ୍ୟା କରାଯାଇଥିଲା । ସେବେଠାରୁ କାଶ୍ମୀର ପଣ୍ଡିତଙ୍କ ଆନ୍ଦୋଳନ ଚାଲିଛି ଏବଂ ସେମାନେ ନିଜର ସୁରକ୍ଷା ନିଶ୍ଚିତ କରିବାକୁ ଦାବି କରୁଛନ୍ତି ।
ଏହିପରି ଭାବରେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରାଯିବା ପରେ କାଶ୍ମୀର ଉପତ୍ୟକାର ସ୍ଥାନୀୟ ହିନ୍ଦୁ ସଂଖ୍ୟାଲଘୁ ତଥା ପ୍ରବାସୀ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି । ଚଳିତ ବର୍ଷ ଆରମ୍ଭରୁ ଟାର୍ଗେଟ କିଲିଂ ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି । ଗତ ୫ ମାସ ମଧ୍ୟରେ ଏହା ହେଉଛି ୧୭ ତମ ମାମଲା, ଯେତେବେଳେ ଜଣେ ସାଧାରଣ ନାଗରିକ କିମ୍ବା କର୍ମଚାରୀଙ୍କୁ ଏହି ଉପାୟରେ ହତ୍ୟା କରାଯାଇଛି । ବୁଧବାର ଦିନ ଜମ୍ମୁ କାଶ୍ମୀର ପ୍ରଶାସନ ସୁରକ୍ଷିତ ସ୍ଥାନରେ ହିନ୍ଦୁ ଓ ଶିଖମାନଙ୍କୁ ପୋଷ୍ଟିଂ ଦେବା ବିଷୟରେ ଆଲୋଚନା କରିଥିଲା, କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗ ଚିନ୍ତା ବଢ଼ାଇ ଦେଇଛି । ବାସ୍ତବରେ, ବ୍ୟାଙ୍କରେ ପ୍ରବେଶ କରି ଏହି ପ୍ରକାର ହତ୍ୟା ପରେ ପ୍ରଶ୍ନ ଉଠିଛି ଯେ ପ୍ରବାସୀ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟ କାଶ୍ମୀରରେ କେତେ ସୁରକ୍ଷିତ?
#WATCH | J&K: Terrorist fires at bank manager at Ellaqie Dehati Bank at Areh Mohanpora in Kulgam district.
The bank manager later succumbed to his injuries.
(CCTV visuals) pic.twitter.com/uIxVS29KVI
— ANI (@ANI) June 2, 2022
ଏହି ହତ୍ୟାକାଣ୍ଡ ପରେ ଜମ୍ମୁ ବିଭାଗରେ ପ୍ରଦର୍ଶନ ଆରମ୍ଭ ହୋଇଛି ଏବଂ ଲୋକମାନେ କହିଛନ୍ତି ଯେ ସରକାରଙ୍କୁ କିଛି ପଦକ୍ଷେପ ନେବାକୁ ପଡିବ । କେବଳ ଏତିକି ନୁହେଁ ସେମାନେ କହିଛନ୍ତି ଯେ ସରକାର ସୁରକ୍ଷିତ ପୋଷ୍ଟିଂ ବିଷୟରେ କହୁଛନ୍ତି, କିନ୍ତୁ କାଶ୍ମୀରର କୌଣସି ସ୍ଥାନ ଆମ ପାଇଁ ସୁରକ୍ଷିତ ନୁହେଁ । ଜମ୍ମୁରେ ସରକାରୀ କର୍ମଚାରୀମାନେ ନିଜ ଜିଲ୍ଲାରେ ପୋଷ୍ଟିଂ କରିବାକୁ ଦାବି କରି ରାସ୍ତାକୁ ଓଲ୍ହାହିଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା କରି କିଛି ବିରୋଧକାରୀ କହିଛନ୍ତି ଯେ କାଶ୍ମୀରର ଜିଲ୍ଲା ମୁଖ୍ୟାଳୟରେ ହିନ୍ଦୁମାନଙ୍କୁ ପୋଷ୍ଟିଂ ଦିଆଯିବ ବୋଲି ପ୍ରଶାସନ କହିଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନ ସୁରକ୍ଷିତ ନୁହେଁ । ଆମର ଦାବି ହେଉଛି ଜମ୍ମୁ ଡିଭିଜନରୁ ଆମକୁ ବାହାରକୁ ନ ପଠାଯିବା ଉଚିତ ଓ ନିଜ ଘରୋଇ ଜିଲ୍ଲାରେ ପୋଷ୍ଟିଙ୍ଗ କରିବାକୁ ଚେଷ୍ଟା କରିବା ଉଚିତ୍ ।
ଏହା ବି ପଢ଼ନ୍ତୁ: ରାଜ୍ୟସଭାକୁ ଯିବେ କି ସୌରଭ ଗାଙ୍ଗୁଲି? ଆସିଲା ଏହି ବଡ଼ ଅପଡେଟ୍