Congress President Election: ଦୌଡରୁ ଓହରି ଯିବେକି ଶଶୀ ଥରୁର?
Advertisement
Article Detail0/zeeodisha/odisha1384590

Congress President Election: ଦୌଡରୁ ଓହରି ଯିବେକି ଶଶୀ ଥରୁର?

Congress President Election: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ପ୍ରଚାର କରିବାକୁ ଗୁରୁବାର ଚେନ୍ନାଇ ଠାରେ ପହଞ୍ଚିଥିଲେ ଦଳର ଲୋକସଭା ସାଂସଦ ଶଶୀ ଥରୁର। ସେଠାରେ ସେ ଭୋଟର ତାଲିକାରେ  ଅନ୍ତର୍ଭୁକ୍ତ ହୋଇଥିବା ଦଳର କର୍ମକର୍ତ୍ତାଙ୍କୁ ଭେଟି ଦଳରେ ପରିବର୍ତ୍ତନ ପାଇଁ ତାଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି।

Congress President Election: ଦୌଡରୁ ଓହରି ଯିବେକି ଶଶୀ ଥରୁର?

Congress MP Shashi Tharoor: ପ୍ରାୟ ୨୨ ବର୍ଷର ନିର୍ବାଚନ ମାଧ୍ୟମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରିବାକୁ ଯାଉଥିବା କଂଗ୍ରେସ ଦଳରେ ନିର୍ବାଚନୀ ଭାଷଣ ତୀବ୍ର ହେବାରେ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ମୁହାଁମୁହିଁ ହୋଇଛନ୍ତି ଦଳର ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଲୋକସଭା ସାଂସଦ ଶଶୀ ଥରୁର। ସହମତି ଭିତ୍ତିରେ ଶଶୀ ଥରୁରଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବା ପ୍ରସ୍ତାବ ଦେଇଥିଲେ ମଲ୍ଲିକାର୍ଜୁନ ଖାର୍ଗେ। ହେଲେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଖାର୍ଗେଙ୍କୁ ପାଲଟା ଜବାବ ଦେଇଛନ୍ତି ଥରୁର। ଏନେଇ ସେ କହିଛନ୍ତି ମୁଁ  ଦଳର ସଭାପତି ନିର୍ବାଚନରେ ​ ମୋର ନାମାଙ୍କନ ପ୍ରତ୍ୟାହାର କରିବେ ନାହିଁ। ପ୍ରତିଦ୍ୱନ୍ଦ୍ୱୀ ଚାହିଁଲେ ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିପାରିବେ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (Congress President Election) ଲାଗି ପ୍ରଚାର କରିବାକୁ ଗୁରୁବାର ଚେନ୍ନାଇ ଠାରେ ପହଞ୍ଚିଥିଲେ ଦଳର ଲୋକସଭା ସାଂସଦ ଶଶୀ ଥରୁର (Congress MP Shashi Tharoo)।  ସେଠାରେ ସେ ଭୋଟର ତାଲିକାରେ (Congress Voter List) ଅନ୍ତର୍ଭୁକ୍ତ ହୋଇଥିବା ଦଳର କର୍ମକର୍ତ୍ତାଙ୍କୁ (Congress Worker) ଭେଟି ଦଳରେ ପରିବର୍ତ୍ତନ ପାଇଁ ତାଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ଦଳୀୟ କର୍ମୀଙ୍କୁ ଭେଟିବା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ଏନେଇ ସେ କହିଛନ୍ତି କିଛି ଲୋକ ଗୁଜବ ପ୍ରଚାର କରୁଛନ୍ତି ଯେ ମୁଁ କଂଗ୍ରେସ ସଭାପତି ପଦ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ​​ମୋର ନାମ ପ୍ରତ୍ୟାହାର କରିବାକୁ ଯାଉଛି। ଯଦି ମୁଁ ଏହି ନିର୍ବାଚନକୁ ନେଇ ଗମ୍ଭୀର ହୋଇ ନ ଥାନ୍ତି, ତାହେଲେ ମୁଁ ଦଳୀୟ କର୍ମକର୍ତ୍ତାଙ୍କ ଠାରୁ ଏତେ ସଂଖ୍ୟାରେ ସମର୍ଥନ ପାଇ ନ ଥାନ୍ତି। ମୁଁ ଅନ୍ୟ ପ୍ରାର୍ଥୀଙ୍କୁ ତାଙ୍କ ନାମ ପ୍ରତ୍ୟାହାର କରିବାକୁ କହିଥାନ୍ତି।

Also Read: Congress President Election: ଦୌଡରୁ ଓହରି ଯିବେକି ଶଶୀ ଥରୁର?

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ଶଶୀ ଥରୁର ଏବଂ ମଲ୍ଲିକାର୍ଜୁନ ଖାର୍ଗେ ପ୍ରାର୍ଥୀ ହୋଇଛନ୍ତି। ଖାର୍ଗେ ଗାନ୍ଧୀ ପରିବାର ଦ୍ୱାରା ସମର୍ଥିତ ପ୍ରାର୍ଥୀ ବୋଲି ଜଣାପଡିଛି। କଂଗ୍ରେସ ନିର୍ବାଚନ ପ୍ରାଧିକରଣ ସଭାପତି ମଧୁସୂଦନ ମିସ୍ତ୍ରୀଙ୍କ ଦ୍ୱାରା ଜାରି ହୋଇଥିାବ ନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ ନିର୍ବାଚନରେ ​​ଛିଡା ହୋଇଥିବା ପ୍ରାର୍ଥୀ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ନାମ ପ୍ରତ୍ୟାହାର କରିପାରିବେ। ଯଦି ଏହି ତାରିଖ ମଧ୍ୟରେ କୌଣସି ନାମାଙ୍କନ ପ୍ରତ୍ୟାହାର ନ ହୁଏ, ତାହେଲେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ଏଥିପାଇଁ ସାରା ଦେଶରେ କଂଗ୍ରେସ କର୍ମୀକର୍ତ୍ତା ଅକ୍ଟୋବର ୧୭ ତାରିଖରେ ଭୋଟ୍ ଦେବେ। ଏହି ନିର୍ବାଚନର ଫଳାଫଳ ଅକ୍ଟୋବର ୧୯ ତାରିଖରେ ଘୋଷଣା କରାଯିବ।

Also Read: Congress: ଦଳର ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ କହିଲା କିଏ? ଜବାବ ଦେଲେ ଶଶୀ ଥରୁର

ବିଗତ ୨୨ ବର୍ଷ  କଂଗ୍ରେସ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ସୋନିଆ ଗାନ୍ଧୀ। ହେଲେ ମଝିରେ ଥରେ ସେ ରାହୁଲ ଗାନ୍ଧୀଙ୍କୁ ଦଳର ରାଷ୍ଟ୍ରୀୟ ସଭାପତି କରିଥିଲେ। ହେଲେ ଅନେକ ନିର୍ବାଚନରେ ଦଳର ​​ପରାଜୟ ପରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧୀ। କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହେବ। ହେଲେ ଏହି ନିର୍ବାଚନରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ପୂର୍ବରୁ କହି ସାରିଛନ୍ତି ସୋନିଆ ଗାନ୍ଧୀ। ପ୍ରଥମେ ଗାନ୍ଧୀ ପରିବାର ଦ୍ୱାରା ସମର୍ଥିତ ଅଶୋକ ଗେହଲୋତଙ୍କ ନାମ ଏହି ପଦ ପାଇଁ ଚାଲିଥିଲା। ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ସେ ମନା କରିବା ପରେ ଗାନ୍ଧୀ ପରିବାର ତାଙ୍କ ବଦଳରେ ଦଳର ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ସମର୍ଥନ ଜଣାଇଛନ୍ତି।