Update on Hardik pandya: ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଅପଡେଟ୍, ପରବର୍ତ୍ତୀ ମ୍ୟାଚରେ...
Advertisement
Article Detail0/zeeodisha/odisha1929777

Update on Hardik pandya: ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଅପଡେଟ୍, ପରବର୍ତ୍ତୀ ମ୍ୟାଚରେ...

Update on Hardik Pandya: ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍ ବେଳେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ବଲ୍କୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ ବାମ ଗୋଡ ମୋଡ଼ି ହୋଇଯାଇଥିଲା, ଏହି କାରଣରୁ ସେ ତୁରନ୍ତ ପଡ଼ିଆ ଛାଡିଥିଲେ। ଏହି ଘଟଣା କ୍ରିକେଟ୍ ଫ୍ୟାନ୍ସଙ୍କୁ ଏକ ବଡ଼ ଝଟକା ଦେଇଥିଲା। ଖେଳ ସମୟରେ ପାଣ୍ଡ୍ୟା ସ୍କାନ କରିଥିଲେ ଏବଂ ପରେ ଲଣ୍ଡନର ଜଣେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (NCA) କୁ ନିଆଯାଇଥିଲା। ସେପଟେ ଆଘାତ କାରଣରୁ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିପାରିନଥିଲେ।

Update on Hardik pandya: ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଅପଡେଟ୍, ପରବର୍ତ୍ତୀ ମ୍ୟାଚରେ...

Update on Hardik Pandya: ଆଇସିସି ODI ବିଶ୍ୱକପ (ODI World-2023)ରେ ଭାରତୀୟ ଦଳର ବିଜୟ ଅଭିଯାନ ଜାରି ରହିଛି।ବିସ୍ଫୋରକ ଓପନର୍ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦଳ ଏପର୍ଯ୍ୟନ୍ତ ଏହାର ସମସ୍ତ ୫ ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି। ଏବେ ତାଙ୍କୁ ୨୯  ଅକ୍ଟୋବର ରବିବାର ଦିନ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡର ସାମ୍ନା କରିବାକୁ ପଡିବ। ଏପରି ସମୟରେ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତକୁ ନେଇ ଏକ ବଡ ଅପଡେଟ୍ ଆସିଛି।

ହାର୍ଦ୍ଦିକଙ୍କ ଗୋଡରେ ଆଘାତ ଲାଗିଛି-

ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍ ବେଳେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ବଲ୍କୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ ବାମ ଗୋଡ ମୋଡ଼ି ହୋଇଯାଇଥିଲା, ଏହି କାରଣରୁ ସେ ତୁରନ୍ତ ପଡ଼ିଆ ଛାଡିଥିଲେ। ଏହି ଘଟଣା କ୍ରିକେଟ୍ ଫ୍ୟାନ୍ସଙ୍କୁ ଏକ ବଡ଼ ଝଟକା ଦେଇଥିଲା। ଖେଳ ସମୟରେ ପାଣ୍ଡ୍ୟା ସ୍କାନ କରିଥିଲେ ଏବଂ ପରେ ଲଣ୍ଡନର ଜଣେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (NCA) କୁ ନିଆଯାଇଥିଲା। ସେପଟେ ଆଘାତ କାରଣରୁ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିପାରିନଥିଲେ।

ଆଘାତ ଗୁରୁତର ନୁହେଁ-

ରିପୋର୍ଟରୁ ଜଣାପଡିଛି ଯେ ହାର୍ଦ୍ଦିକଙ୍କ ଆଘାତ ପ୍ରକୃତରେ କେବଳ ଏକ ସ୍ପ୍ରେନ୍, କିଛି ଗୁରୁତର ନୁହେଁ। ବିସିସିଆଇ(BCCI) ଏବଂ ଦଳ ପରିଚାଳନା ହାର୍ଦ୍ଦିକଙ୍କ ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ତାଙ୍କର ଶୀଘ୍ର ମଇଦାନକୁ ଫଏରିବା ନେଇ ଆଶାବାଦୀ ଅଛନ୍ତି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଲକ୍ଷ୍ନୌ ମ୍ୟାଚରେ ଟିମ୍ ସିଲେକ୍ସନ ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଉପସ୍ଥିତ ରହି ପାରନ୍ତି।

ଇଂଲଣ୍ଡ ବିପକ୍ଷରେ ଖେଳୁବାକୁ ଥିବା ମ୍ୟାଚରେ ହାର୍ଦ୍ଦିକ ଖେଳିବେ କି ନାହିଁ ସେ ନେଇ କୌଣସି ସ୍ପଷ୍ଟୋକ୍ତି ଦେଇ ନାହିଁ ବିସିସିଆଇ। ସେ ଏବେ ବିଶ୍ରାମ ନେଉଛନ୍ତି। ରୋହିତ ଶର୍ମାଙ୍କ ଦ୍ୱାରା ଅଧିନାୟକତ୍ୱ ହୋଇଥିବା ଭାରତୀୟ କ୍ରିକେଟ୍ ଟିମ୍ ବର୍ତ୍ତମାନ ଏପରି ଏକ ଚାନ୍ସ ନେବାକୁ ଚାହୁଁ ନଥିବା କୁହାଯାଉଛି। ଯାହା ବି ହେଉ, ଦଳରେ ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର ଏବଂ ମହମ୍ମଦ ସିରାଜ ଅଛନ୍ତି ଯେଉଁମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଏହା ବ୍ୟତୀତ ବର୍ତ୍ତମାନର ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡର ସ୍ଥିତିକୁ ଲକ୍ଷ କଲେ ଭାରତୀୟ ଦଳ ପରିଚାଳନା କୌଣସି ରିସ୍କ ନେବାକୁ ଚାହୁଁନାହିଁ।