Aska- 40 liquor production: ଦେଶୀ ମଦ କାରବାର ବଢ଼ାଉଛନ୍ତି ସରକାର
Advertisement
Article Detail0/zeeodisha/odisha2652444

Aska- 40 liquor production: ଦେଶୀ ମଦ କାରବାର ବଢ଼ାଉଛନ୍ତି ସରକାର

ଭୁବନେଶ୍ୱର: ଚିନି ନୁହେଁ, ଦେଶୀ ମଦ ପାଇଁ ବଞ୍ଚି ରହିଛି ଆସ୍କା ଚିନି କଳ। ଏକଥା ସରକାର ସ୍ୱୀକାର କରିଛନ୍ତି ବିଧାନସଭାରେ। ପୁଣି ଦିନକୁ ଦିନ ମଦ ଉତ୍ପାଦନ ବଢ଼ାଇ ରାଜ୍ୟରେ ଆସ୍କା-୪୦ର ଚାହିଦା ପୂରଣ କରୁଛନ୍ତି ସରକାର।  ଆଜି ପୂର୍ବତନ ଅବକାରୀ ମନ୍ତ୍ରୀ ପ୍ରସନ୍ନ  ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ବର୍ତ୍ତମା

Aska- 40 liquor production: ଦେଶୀ ମଦ କାରବାର ବଢ଼ାଉଛନ୍ତି ସରକାର

Aska- 40 liquor production: ଭୁବନେଶ୍ୱର: ଚିନି ନୁହେଁ, ଦେଶୀ ମଦ ପାଇଁ ବଞ୍ଚି ରହିଛି ଆସ୍କା ଚିନି କଳ। ଏକଥା ସରକାର ସ୍ୱୀକାର କରିଛନ୍ତି ବିଧାନସଭାରେ। ପୁଣି ଦିନକୁ ଦିନ ମଦ ଉତ୍ପାଦନ ବଢ଼ାଇ ରାଜ୍ୟରେ ଆସ୍କା-୪୦ର ଚାହିଦା ପୂରଣ କରୁଛନ୍ତି ସରକାର। 

ଆଜି ପୂର୍ବତନ ଅବକାରୀ ମନ୍ତ୍ରୀ ପ୍ରସନ୍ନ  ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ବର୍ତ୍ତମାନର ସମବାୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ସମବାୟ ଆନ୍ଦୋଳନରେ ଗଢ଼ା ହୋଇଥିବା ୪ଟି ଚିନିକଳରୁ ମାତ୍ର ଗୋଟିଏ ଚିନିକଳ ଏବେ କାର୍ଯ୍ୟକ୍ଷମ ରହିଛି। ରାଜ୍ୟ ସରକାରଙ୍କଠାରୁ ଦୁଇଟି ଚିନିକଳ କିଣିଥିବା ସଂସ୍ଥା ବ୍ୟାଙ୍କରୁ ମୋଟା ଅଙ୍କର ଋଣ ନେଇ ଆଉ କାରଖାନା ଚଳାଉନାହାନ୍ତି। ଏବାବଦରେ ମାମଲା ଲଢ଼ୁଛନ୍ତି ସରକାର। ପୁଣି ଆଉ ଗୋଟିଏ ସଂସ୍ଥାକୁ ବିକ୍ରି କରିବା ଲାଗି ସରକାର  ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅର୍ଥାତ୍‍ ବାସ୍ତବରେ ଗୋଟିଏ ମାତ୍ର ସଂସ୍ଥା ଏବେ ଚାଲିଛି। 

ଆସ୍କା ଚିନିକଳ କେମିତି ଚାଲିଛି ତାହା  ଜାଣିବାକୁ ହେଲେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ସ୍ପଷ୍ଟ କରେ। ଏଥିରେ କୁହାଯାଇଛି ଯେ ଆସ୍କା ଚିନିକଳ ଚିନି ଉତ୍ପାଦନ ବଢ଼ାଇବା ସହ ଦେଶୀ ମଦ ଉତ୍ପାଦନ ମଧ୍ୟ ବର୍ଷକୁ ବର୍ଷ ବଢ଼ାଉଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଆସ୍କା ଚିନିକଳ ୫ କୋଟି ୭୪ ଲକ୍ଷ ୭୫ ହଜାର ବୋତଲ ଦେଶୀ ମଦ ‘ଆସ୍କା ୪୦’ ଉତ୍ପାଦନ କରାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ପରିମାଣ ୭ କୋଟି ୮୨ ଲକ୍ଷ ୨୫ ହଜାର ବୋତଲ ମଦ ପ୍ରସ୍ତୁତ କରାଯାଇଛି। ଅର୍ଥାତ୍‍ ଏହି ତିନି ବର୍ଷରେ ୨ କୋଟି ୮ ଲକ୍ଷ ବୋଲ ଅଧିକ ପ୍ରସ୍ତୁତ କରାଯାଇଛି। 

ଚିନି ଉତ୍ପାଦନ ପରିମାଣ ଦେଖିବାକୁ ଗଲେ ୨୦୨୧-୨୨ରେ ୨୭ ହଜାର ୩୯ କ୍ବିଣ୍ଟାଲ ଉତ୍ପାଦନ ହେଉଥିଲା। ଏବେ ୪୦ହଜାର ୩୫୨ କ୍ୱିଣ୍ଟାଲ୍‍ ଚିନି ଉତ୍ପାଦନ ହେଉଛି।