Super Cyclone 1999: ମହାବାତ୍ୟାକୁ ପୂରିଛି ୨୪ ବର୍ଷ, ଏବେବି ମନରୁ ଲିଭିନି ଧ୍ୱସ୍ତ ବିଧ୍ୱସ୍ତର କରାଳ ରୂପ
Advertisement
Article Detail0/zeeodisha/odisha1934873

Super Cyclone 1999: ମହାବାତ୍ୟାକୁ ପୂରିଛି ୨୪ ବର୍ଷ, ଏବେବି ମନରୁ ଲିଭିନି ଧ୍ୱସ୍ତ ବିଧ୍ୱସ୍ତର କରାଳ ରୂପ

 Super Cyclone 1999: ୧୯୯୯ ମସିହା ମହାବାତ୍ୟାକୁ ପୂରିଲା ୨୪ ବର୍ଷ (odisha super cyclone 1999) । ଠିକ୍ ଆଜିକା ଦିନରେ ଆର୍ଥାତ୍ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ରାଜ୍ୟରେ ପ୍ରକୃତି ରଚିଥିଲା ତାଣ୍ତବ (Odisha News 1999 super cyclone clocks 24 years)। ୧୯୯୯ ମସିହାରେ ହୋଇଥିବା ସେହି ମହାବାତ୍ୟାର(super cyclone 1999) ସେହି ଦିନକୁ ମନେ ପକାଇଲେ ଏବେବି ଲୋମ ଟାଙ୍କୁରି ଉଠେ। ଆଉ ଭୟରେ ଛାତି ଥରିଉଠେ।

Super Cyclone 1999: ମହାବାତ୍ୟାକୁ ପୂରିଛି ୨୪ ବର୍ଷ, ଏବେବି ମନରୁ ଲିଭିନି ଧ୍ୱସ୍ତ ବିଧ୍ୱସ୍ତର କରାଳ ରୂପ

(ପାରାଦୀପ, ନାରାୟଣ ବେହେରା ) Super Cyclone 1999: ୧୯୯୯ ମସିହା ମହାବାତ୍ୟାକୁ ପୂରିଲା ୨୪ ବର୍ଷ (odisha super cyclone 1999) । ଠିକ୍ ଆଜିକା ଦିନରେ ଆର୍ଥାତ୍ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ରାଜ୍ୟରେ ପ୍ରକୃତି ରଚିଥିଲା ତାଣ୍ତବ (Odisha News 1999 super cyclone clocks 24 years)। ୧୯୯୯ ମସିହାରେ ହୋଇଥିବା ସେହି ମହାବାତ୍ୟାର(super cyclone 1999)  ସେହି ଦିନକୁ ମନେ ପକାଇଲେ ଏବେବି ଲୋମ ଟାଙ୍କୁରି ଉଠେ। ଆଉ ଭୟରେ ଛାତି ଥରିଉଠେ।  ଆଖି ଆଗରେ ନାଚି ଯାଏ ସେହି ବିଭତ୍ସ ଦୃଶ୍ୟ । ମନେ ପଡିଯାଏ ସମୁଦ୍ର ଆଉ ପବନର ଶୁ ଶୁ ଗର୍ଜନର ଶବ୍ଦ । ସମୟ ବଦଳିବା ସହିତ ଜନଜୀବନ ମଧ୍ୟ ବଦଳି ଯାଇଛି, କିନ୍ତୁ ବାତ୍ୟା ନାଁ ଶୁଣିଲେ ପାରାଦୀପ ସମୁଦ୍ର ଉପକୂଳରେ ଥିବା ଲୋକମାନଙ୍କ ଭିତରେ ଛନକା ପସିଯାଏ । ଭୟଙ୍କର ମହାବାତ୍ୟାରେ ରାଜ୍ୟରେ ୧୦ ହଜାର ଲୋକଙ୍କ ପ୍ରାଣ ହାନୀ ହୋଇଥିବାବେଳେ ଅନେକ ନିଜର ଭିଟାମାଟି ହରାଇଥିଲେ।  କିଏ ନିଜ ମାଆକୁ ହରାଇଥିଲା ତ ଆଉ କିଏ ନିଜ ପରିବାର ଆଉ ବନ୍ଧୁ ବାନ୍ଧବଙ୍କୁ ସବୁଦିନ ପାଇଁ ହରାଇଥିଲା। ତେବେ,  ଏହି ଦିନକୁ ରାଜ୍ୟସ୍ତରରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଉଥିବା ବେଳେ ଜାତୀୟ ସ୍ତରରେ ବିପର୍ଯ୍ୟୟ ହ୍ରାସ ଦିବସ ଭାବେ ପାଳନ କରାଯାଉଛି। 

Also Read: Laxmi Bus: କଳାହାଣ୍ତିରେ ଗଡି଼ବ 'ଲକ୍ଷ୍ମୀ ବସ୍‌', ଏହି ଦିନଠୁ ମିଳିବ ସେବା

Also Read: Flight Service: ଆଜି ଭୁବନେଶ୍ବରରୁ ଗୌହାଟୀକୁ ଉଡି଼ବ ବିମାନ, ଜାଣନ୍ତୁ କ'ଣ ରହିଛି ଫ୍ଲାଇଟ୍ ଟାଇମ୍?

ଏହି ୨୪ ବର୍ଷ ଭିତରେ ଅନେକ ବାତ୍ୟା ଯାଇଛି ହେଲେ ପାରାଦୀପରେ ସମ୍ବେଦନଶୀଳ ସ୍ଥାନ କଥା ଯଦି ଆମେ କହିବା ତେବେ ନେହେରୁ ବଙ୍ଗଳା ଓ ଷଣ୍ଢକୁଦରେ ରହୁଥିବା ବସ୍ତିବାସିନ୍ଦା ବିଗତ ଦିନରେ ଅନେକ ବାତ୍ୟାକୁ ସାମ୍ନା କରିଛନ୍ତି ତା ସହିତ ଅନେକ କ୍ଷତି ମଧ୍ୟ ସହିଛନ୍ତି । କାହିଁକି ନା ସମୁଦ୍ର ଠାରୁ ମାତ୍ର ୨୦୦ ମିଟର ଭିତରେ ଏମାନେ ବସବାସ କରନ୍ତି କିନ୍ତୁ ଏପର୍ଯ୍ୟନ୍ତ ଗୋଟିଏ ବି ବାତ୍ୟା ଆଶ୍ରୟ ସ୍ଥଳୀ ହୋଇ ପାରିଲା ନାହିଁ ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପାରାଦୀପର ଷଣ୍ଢକୁଦ ବସ୍ତି ବାସିନ୍ଦା। ପାରାଦୀପ ପୌରପାଳିକା ଅଧିନରେ ଯାଉଥିବା ୧୭,୧୮,୧୯ ଓ୍ବାର୍ଡ଼ ର ଷଣ୍ଢକୁଦ ଵସ୍ତିରେ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ୍ବ ଲୋକେ ବସବାସ କରନ୍ତି। ସେ ପୁଣି ସମୁଦ୍ର ଠାରୁ ମାତ୍ର ୨୦୦ ମିଟର ଦୂରରେ। ଯେତେବେଳେ, କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ସବୁଠାରୁ ଅଧିକ କ୍ଷୟକ୍ଷତି ଏହି ବସ୍ତିର ଲୋକ ମାନଙ୍କର ହୋଇଥାଏ । 

୧୯୯୯ ମସିହା ମହାବାତ୍ୟା ପରଠାରୁ ଯେତେ ବାତ୍ୟା ଆସିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ବାତ୍ୟା ପୂର୍ବରୁ ଆଗୁଆ ସୂଚନା ଓ ସଚେତନତା ଯୋଗୁ ଏବେ ସବୁକିଛି ବଦଳି ଯାଇଛି। ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ମହାବାତ୍ୟାକୁ ୨୪ବର୍ଷ ପୂରିଛି ସତ ହେଲେ ଏବେ ଯେତେବଡ ବାତ୍ୟା ଆସିଲେ ମଧ୍ୟ ସରକାରଙ୍କ ଜିରୋ କାଜୁଆଲଟି କାର୍ଯ୍ୟ ଯୋଗୁ ସବୁ ବାତ୍ୟାକୁ ମୁକାବିଲା କରାଯାଇପାରୁଛି। ତେବେ ଏବେବି ମହାବାତ୍ୟାର ସେହି କରାଳ ରୂପକୁ କେହି ଭୂଲି ପାରି ନଥିବା ବେଳେ ପାରାଦୀପ ଷଣ୍ଢକୁଦ ଭଳି ବସ୍ତିରେ ରହୁଥିବା ୨୦ହଜାର ରୁ ଉର୍ଦ୍ଧ ଲୋକଙ୍କ ପାଇଁ ଗୋଟିଏ ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି।