Odisha News: ଗାଁରେ ଆତଙ୍କ ଖେଳାଇଥିଲା କଲରାପତରିଆ ବାଘ, ମଣିଷ ରକ୍ତ ଚାଖିବା ପରେ କାବୁ କଲା ବନ ବିଭାଗ
Advertisement
Article Detail0/zeeodisha/odisha1945314

Odisha News: ଗାଁରେ ଆତଙ୍କ ଖେଳାଇଥିଲା କଲରାପତରିଆ ବାଘ, ମଣିଷ ରକ୍ତ ଚାଖିବା ପରେ କାବୁ କଲା ବନ ବିଭାଗ

Odisha News: ମଣିଷ ଖିଆ ବାଘକୁ କାବୁ କରିଛି ବନ ବିଭାଗ । ମଣିଷ ରକ୍ତ ଚାଖିବା ପରେ ନୂଆପଡ଼ା ଅଞ୍ଚଳରେ ଏହି ବାଘ (Leopard) ମଚାଇଥିଲା ଆତଙ୍କ । ଗାଁ ମୁଣ୍ଡରେ ବୁଲୁଥିଲା ତ କାହାକୁ ଆକ୍ରମଣ କରୁଥିଲା । ଯାହାକୁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା । ଶେଷରେ କଲରାପତରିଆ ବାଘକୁ ଯନ୍ତାରେ ପୂରାଇବାକୁ ସକ୍ଷମ ହୋଇଛି ନୂଆପଡା ବନ ବିଭାଗ।

Odisha News: ଗାଁରେ ଆତଙ୍କ ଖେଳାଇଥିଲା କଲରାପତରିଆ ବାଘ, ମଣିଷ ରକ୍ତ ଚାଖିବା ପରେ କାବୁ କଲା ବନ ବିଭାଗ

(ନୂଆପଡା, ଅଜୟ ନାଥ) Odisha News: ମଣିଷ ଖିଆ ବାଘକୁ କାବୁ କରିଛି ବନ ବିଭାଗ । ମଣିଷ ରକ୍ତ ଚାଖିବା ପରେ ନୂଆପଡ଼ା ଅଞ୍ଚଳରେ ଏହି ବାଘ (Leopard) ମଚାଇଥିଲା ଆତଙ୍କ । ଗାଁ ମୁଣ୍ଡରେ ବୁଲୁଥିଲା ତ କାହାକୁ ଆକ୍ରମଣ କରୁଥିଲା । ଯାହାକୁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଥିଲେ।  ନୂଆପଡ଼ାରେ ସୁନାବେଡା ଅଭୟାରଣ୍ୟରେ କଲରାପତରିଆ ବାଘ (Leopard)ଆତଙ୍କ ଦେଖିବାକୁ ମିଳିଥିଲା । ଶେଷରେ କଲରାପତରିଆ ବାଘକୁ ଯନ୍ତାରେ ପୂରାଇବାକୁ ସକ୍ଷମ ହୋଇଛି ନୂଆପଡା ବନ ବିଭାଗ।

Also Read: Flight Service: ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ଉଡି଼ବ ବିମାନ, ଜାଣନ୍ତୁ ସପ୍ତାହରେ କେତେ ଦିନ ମିଳିବ ସେବା?

ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ଗତ ଶୁକ୍ରବାର ଦିନ ନୂଆପଡା ରେଞ୍ଜ ଧରମ ବନ୍ଧା ବିଟ୍ ସିଲିଆରି ବହାରା ଗାଁରେ ଜଣେ ମହିଳାଙ୍କୁ ଟାଣି ନେଇଥିଲା ବାଘ । ଶନିବାର ମଧ୍ୟାହ୍ନରେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲେ ଗାଁ ଲୋକେ । ମହିଳାଙ୍କ ନାଁ ରାମେଶ୍ୱରୀ ମାଝୀ, ବୟସ ୫୦ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଶୁକ୍ରବାର ସଂନ୍ଧ୍ୟାରେ ରାମେଶ୍ବରୀ ଶୌଚ ପାଇଁ ଯାଇଥିଲେ ପରେ ଆଉ  ଘରକୁ ଫେରି ନଥିଲେ। ପରେ ଘର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ ମହିଳାଙ୍କ ପତ୍ତା ମିଳି ନ ଥିଲା । ଶନିବାର ଦିନ ବାଘଟି ରାମେଶ୍ବରୀଙ୍କର ମୃତଦେହଟିକୁ ଖାଉଥିବା ଦେଖିଥିଲେ ଗାଁ ଲୋକେ ।

ଆଉ ପରେ ବାଘଟିକୁ ଘଉଡ଼ାଇବାକୁ ଚେଷ୍ଟା କରିବାରୁ ଗାଁ ଲୋକଙ୍କୁ ଆକ୍ରମଣ କରିଥିଲା କଲରାପତରିଆ ବାଘ। ଦୀର୍ଘ ସମୟ ପର୍ଯ୍ୟନ୍ତ ବାଘ ଓ ମଣିଷ ଙ୍କ ମଧ୍ୟ ରେ ଛକାପଞ୍ଜା ଲାଗି ରହିଥିଲା ପରେ ଗାଁ ଲୋକେ ଠେଙ୍ଗା ବାଡ଼ି ଧରି ସଂଘବଦ୍ଧ ହୋଇ ବାଘକୁ ଘଉଡ଼ାଇ ମଧ୍ୟାହ୍ନରେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଥିଲେ । ବାଘଟି ମହିଳାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିବା ଦେଖିବାକୁ ମିଳିଥିଲା। ମୃତ ମହିଳା ରାମେଶ୍ୱରୀ ଜଣେ ପୂର୍ବତନ ସରପଞ୍ଚ ବୋଲି ଜଣା ପଡିଛି ।

ସେହିପରି, ଶନିବାର ସଂନ୍ଧ୍ୟାରେ ଧରମ ବନ୍ଧା ଫାଣ୍ଡି ଅନ୍ତର୍ଗତ କୋଦପାଲି ଗାଁରେ ଜଣେ ଆଠ ବର୍ଷର ଶିଶୁ ନୀଳକଣ୍ଠ ବରିହା ଘର ପାଖରେ ଖେଳୁଥିବା ବେଳେ ବାଘ ଝାମ୍ପି ନେବାକୁ ଉଦ୍ୟମ କରିଥିଲା।  କିନ୍ତୁ ଶିଶୁଟି ସୌଭାଗ୍ୟବଶତଃ ବର୍ତ୍ତୀ ଯାଇଥିବା ବେଳେ ଗୁରୁତର ହୋଇଛି । ତାର କାନ ଓ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡି଼ଛି। ତାକୁ ନୂଆପଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।