ଆସ୍ତେ ଆସ୍ତେ ଭୟଙ୍କର ହେଉଛି ଆସାନି ବାତ୍ୟା lଏହି ସମୟରେ ଏକ ବଡ ଚିତ୍ର ସମସ୍ତଙ୍କୁ ଆଶର୍ଯ୍ୟା କରିଛି I ୧୧ ଜଣ ମତ୍ସ୍ୟଜୀବୀ ଅଶାନ୍ତ ସମୁଦ୍ରରେ ଫସି ଯାଇଥିଲେ lଯାହାକୁ ଓଡିଶା ସରକାରଙ୍କ ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରୟାସରେ ,ଏହି ବଡ ରେସ୍କୁ ଅପରେସନ କରାଯାଇ ଥିବା ଚିତ୍ର ସାମ୍ନାକୁ ଆସିଛି l ବାତ୍ୟା ପୁରୀ ସମୁଦ୍ରର ସ୍ଥଳଭାଗ ଠାରୁ ୫оо କିଲୋମିଟର ଦୂରରେ ଦକ୍ଷିଣ ପୂର୍ବ ଦିଗରେ ଅବସ୍ତିତ ⵏ ଏହା ୧о ତାରିଖ ରାତ୍ରି ସମୟରେ ସ୍ଥଳ ଭାଗ ଛୁଇଁବା ଆଶଙ୍କା କରାଯାଇଛି I ବାତ୍ୟା ଆସାନି ଆନ୍ଦ୍ର ଓ ଓଡିଶା ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗ ଆନୁମାନ କରିଛି l ଏଥିପାଇଁ ସରକାରଙ୍କ ତରଫରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିରକୁ ଯିବା ପାଇଁ ସମ୍ପୂର୍ଣ ବାରଣ କରାଯାଇଛି l
Trending Photos
ସମୁଦ୍ର ଭିତରେ ଅଶାନ୍ତ ହେଉଛି ଅସାନି। ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଭୀଷଣ ସାମୁଦ୍ରିକ ଝଡ଼। ସମୁଦ୍ର ଭିତରେ କେନ୍ଦ୍ରୀଭୂତ ହୋଇ ଅସାନି ବଳ ଗୋଟାଇ ଧିରେ ଧିରେ ଉପକୂଳ ମୁହାଁ ହେଉଛି ।୩O ଘଣ୍ଟାରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେବ ଅସାନି।ଏବେ ପୁରୀଠାରୁ ୫୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ବିଶାଖାପାଟଣାଠାରୁ ४୦୦କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ।ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ । ଏହା ପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରିକର୍ଭ କରିବ ବାତ୍ୟା । ରିକର୍ଭ ପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି । ସ୍ଥଳଭାଗ ନ ଛୁଇଁ ସମୁଦ୍ର କୂଳେ କୂଳେ ସମାନ୍ତରାଳ ଭାବେ ଗତି କରିବ।ଏହାର ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ।
ଆସନ୍ତକାଲି ଠାରୁ ବଦଳିବ ପାଣିପାଗ ର ମିଜାଜ।୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୧୨ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ରହିବା ସହ ପୁରୀ,ଜଗତସିଂହପୁର, କଟକ,କେନ୍ଦ୍ରାପଡା, ବାଲେଶ୍ଵର,ଭଦ୍ରକ ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।୧୩ ତାରିଖରୁ କମିବ ବର୍ଷା।ପବନର ବେଗ ବଢ଼ିବ । ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୦୫ ରୁ ୧୧୫ କିଲୋମିଟର ଏବଂ ଝଟକା ପବନ ଘଣ୍ଟାପ୍ରତି ୧୨୫ କିଲୋମିଟର ପର୍ଯ୍ୟନ୍ତ ବହିବା ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ଏବଂ ଝଟକା ପବନ ୬୦ କିମି ବେଗରେ ପବନ ସମ୍ଭାବନା ଥିବାରୁ ଗୋପାଳପୁର, ଧାମରା, ପାରାଦୀପ ଏବଂ ପୁରୀ ସିଗନାଲ ବନ୍ଦର ପାଇଁ 2 ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।ଭୀଷଣ ବାତ୍ୟା "ଅସାନି" ସହ ଜଡିତ ବାହ୍ୟ ମେଘ ଖଣ୍ଡ ପ୍ରଭାବରେ ଭୁବନେଶ୍ୱର ସହରରେ ବର୍ଷା ହୋଇଛି।
ବାଇଟ-ଏଚ.ଆର ବିଶ୍ବାସ, ନିର୍ଦ୍ଦେଶକ, ଆଞ୍ଚଳିକ ପାଣିପାଗ କେନ୍ଦ୍ର