Gold Rate: ଖସିଲା ସୁନା ଦର, ଜାଣନ୍ତୁ ଓଡି଼ଶାରେ ଆଜି କେତେ ରହିଛି ରେଟ୍?
Advertisement
Article Detail0/zeeodisha/odisha1954571

Gold Rate: ଖସିଲା ସୁନା ଦର, ଜାଣନ୍ତୁ ଓଡି଼ଶାରେ ଆଜି କେତେ ରହିଛି ରେଟ୍?

Gold Silver Price Today: ଆସନ୍ତାକାଲି ଦୀପାବଳି (Diwali)। ଆଉ ଦିନ କେଇଟା ପରେ ଆରମ୍ଭ ହେବ ବିବାହ ସିଜିନ୍ (Wedding Season)। ତା ପୂର୍ବରୁ ଶସ୍ତା ହୋଇଛି ସୁନା (gold)। ଅର୍ଥାତ୍, ସୁନା ଦରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ନଜର ପକାନ୍ତୁ ଆଜି କେଉଁ ସହରରେ ସୁନା ଦର କେତେ ରହିଛି ?

Gold Rate: ଖସିଲା ସୁନା ଦର, ଜାଣନ୍ତୁ ଓଡି଼ଶାରେ ଆଜି କେତେ ରହିଛି ରେଟ୍?

Gold Silver Price Today: ଆସନ୍ତାକାଲି ଦୀପାବଳି (Diwali)। ଆଉ ଦିନ କେଇଟା ପରେ ଆରମ୍ଭ ହେବ ବିବାହ ସିଜିନ୍ (Wedding Season)। ତା ପୂର୍ବରୁ ଶସ୍ତା ହୋଇଛି ସୁନା (gold)। ଅର୍ଥାତ୍, ସୁନା ଦରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଯଦି ଆପଣ ଦୀପାବଳିରେ ସୁନା କିଣିବାକୁ ଚାହୁଁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ସୁନା ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେଉଁ ସହରରେ ସୁନା ଦର କେତେ ରହିଛି ?

Also Read: Saturn Venus Transit: କୁମ୍ଭ ରାଶିରେ ଶନି-ଶୁକ୍ରଙ୍କ ଚଳନ ବଦଳାଇବ ୩ ରାଶିର ଭାଗ୍ୟ

ଆଜି ଭାରତୀୟ ବଜାର ତଥା ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୫୫, ୭୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୦,୭୫୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୪୫୦ ଓ ୨୪ କ୍ୟାରେଟରେ ୪୯୦ ଟଙ୍କା ଦର ହ୍ରାସ ପାଇଛି। ସେହିପରି ରୂପା କିଲୋ ପିଛା ଦର ୭୩,୦୦୦ ହଜାର ଟଙ୍କା ରହିଛି । ରୂପା ଦରରେ ବି ୧୦୦୦ ଟଙ୍କା ଦର କମିଛି। ସେହିପରି ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଦର ଭରି ପିଛା ୫୫,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ଦାମ୍ ଭରି ପିଛା ୬୦, ୬୦୦ ରହିଛି।  ୨୨ କ୍ୟାରେଟରେ ୪୫୦ ଓ ୨୪ କ୍ୟାରେଟରେ ୪୯୦ ଟଙ୍କା କମିଛି। ସେହିକ୍ରମରେ ରୂପା ଦର ୭୩,୦୦୦ ଟଙ୍କା ରହିଛି । ରୂପା ଦର ୧୦୦୦ ଟଙ୍କା ଖସିଛି। 

ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ଦର ୨୨ କ୍ୟାରେଟ୍ ଭରି ପିଛା ୫୬,୦୦୦ ହଜାର ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୧,୦୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୫୪୦ ଓ ୪୯୦ ଟଙ୍କା ଦର କମିଛି। ରୂପା ଦର ୧୦୦୦ ଟଙ୍କା କମିଛି। ଅନ୍ୟପଟେ, କୋଲକାତାରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୫,୫୫୦ ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୬୦,୬୩୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୪୫୦ ଓ  ୪୬୦ ଟଙ୍କା ଦର ହ୍ରାସ ହୋଇଛି। 

ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ଭରି ପିଛା ୫୫,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୦,୬୩୦ ଟଙ୍କା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ୨୨ କ୍ୟାରେଟରେ ୪୫୦ ଓ ୨୪ କ୍ୟାରେଟରେ ୪୬୦ ଟଙ୍କା ଦର ହ୍ରାସ ପାଇଛି । ସେହିପରି ରୂପା ଦର କେଜି ପିଛା ୭୬,୦୦୦ ହଜାର ଟଙ୍କା ରହିଛି । ରୂପା ଦର ୧୦୦୦ ଟଙ୍କା କମିଛି। ସେହିପରି କଟକରେ ବି ସୁନା ଓ ରୂପାରେ ଦର ହ୍ରାସ ପାଇଛି।