Pakistan Gwadar Port: ବେଲୁଚ ବିଦ୍ରୋହୀ ଗୋଷ୍ଠୀ ଆକ୍ରମଣରେ କମ୍ପିଉଠିଲା ଗ୍ୱାଦର ବନ୍ଦର
Advertisement
Article Detail0/zeeodisha/odisha2166572

Pakistan Gwadar Port: ବେଲୁଚ ବିଦ୍ରୋହୀ ଗୋଷ୍ଠୀ ଆକ୍ରମଣରେ କମ୍ପିଉଠିଲା ଗ୍ୱାଦର ବନ୍ଦର

BLA Attack on Gwadar Port: ବୁଧବାର ବେଲୁଚ ବିଦ୍ରୋହୀ ଗୋଷ୍ଠୀ ଆକ୍ରମଣରେ କମ୍ପିଉଠିଛି ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଅବସ୍ଥିତ ଗ୍ୱାଦର ବନ୍ଦର। 

 

 Pakistan Gwadar Port: ବେଲୁଚ ବିଦ୍ରୋହୀ ଗୋଷ୍ଠୀ ଆକ୍ରମଣରେ କମ୍ପିଉଠିଲା ଗ୍ୱାଦର ବନ୍ଦର

Baloch Separatist Group Attack on Gwadar Port: ବୁଧବାର ବେଲୁଚ ବିଦ୍ରୋହୀ ଗୋଷ୍ଠୀଙ୍କ ଆକ୍ରମଣରେ କମ୍ପିଉଠିଛି ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଅବସ୍ଥିତ ଗ୍ୱାଦର ବନ୍ଦର। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗ୍ୱାଦର ବନ୍ଦର ପ୍ରାଧିକରଣ ପରିସରରେ ଅଜ୍ଞାତ ବନ୍ଧୁକଧାରୀ ଗୁଳିମାଡ଼ କରିଥିଲେ। ଏହି ଆକ୍ରମଣ ପାଇଁ ବିଦ୍ରୋହୀ ଗୋଷ୍ଠୀ ବେଲୁଚିସ୍ତାନ ଲିବରସେନ ଆର୍ମୀ ନିଜକୁ ଦାୟୀ କରିଛି। ଏନେଇ ମିଳିଥିବା ଖବର ଅନୁଯାୟୀ ସୁରକ୍ଷା ଅଧିକାରୀଙ୍କ ସହ ଗୁଳି ବିନିମୟ ପୂର୍ବରୁ ଆକ୍ରମଣକାରୀ ସେଠାରେ ବିସ୍ଫୋରଣ କରିଥିଲେ। ପାକିସ୍ତାନୀ ଟିଭି ଚ୍ୟାନେଲ ଜିଓ ନ୍ୟୁଜ ଖବର ଅନୁସାରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଜବାବୀ କାର୍ଯ୍ୟାନୁଷ୍ଠାନରେ ୮ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଅନେକ ଥର ଗ୍ୱାଦର ବନ୍ଦର ବେଲୁଚିସ୍ତାନ ପ୍ରଦେଶରେ ସକ୍ରିୟ ରହିଥିବା ବିଦ୍ରୋହୀ ଗୋଷ୍ଠୀ ଆକ୍ରମଣରେ କମ୍ପି ଉଠିଛି।  

ଗ୍ୱାଦର ବନ୍ଦର ବହୁ ପ୍ରତୀକ୍ଷିତ ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡର ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦୀର୍ଘ ଦଶନ୍ଧି ଧରି ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସତ୍ତ୍ୱେ ଚୀନ୍ ଖଣିଜ ସମୃଦ୍ଧ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିପୁଳ ପରିମାଣର ନିବେଶ କରିଛି। ଚୀନ ନିଜର ଉଚ୍ଚାଭିଳାଷୀ "ବେଲଟ୍ ଆଣ୍ଡ ରୋଡ ଇନିସିଏଟିଭ" ପ୍ରକଳ୍ପ ମାଧ୍ୟମରେ ଗ୍ୱାଦର ବନ୍ଦର ବିକଶିତ କରିଛି। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଖଣିଜ ସମ୍ପଦର ଏକ ବିଶାଳ ଭଣ୍ଡାର ରହିଛି। ପ୍ରାକୃତିକ ଗ୍ୟାସ, କୋଇଲା ଏବଂ ଖଣିଜ ପଦାର୍ଥ ପରି ପ୍ରାକୃତିକ ସମ୍ପଦରେ ଭରପୂର ସତ୍ତ୍ୱେ ବେଲୁଚିସ୍ତାନ ପ୍ରଦେଶ ଆଜି ମଧ୍ୟ ପଛୁଆ ହୋଇ ରହିଛି। ଜନସଂଖ୍ୟାର ଘନତ୍ୱ କମ୍ ହୋଇଥିବା ବେଳେ ପର୍ଯ୍ୟାପ୍ତ ଜଳ ସହ ମାନବ ସମ୍ବଳର ଅଭାବ ଏବଂ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା କାରଣରୁ ଦେଶର ମୁଖ୍ୟ ଧାରାରୁ ଦୂରେଇ ଯାଇଛି ଏହି ପ୍ରଦେଶ। 

ବେଲୁଚିସ୍ତାନ ବାସିନ୍ଦା ଚୀନ ଦ୍ୱାରା କରାଯାଉଥିବା ଗ୍ୱାଦର ବନ୍ଦର ବିକାଶ କାର୍ଯ୍ୟକୁ ଏକ ସକରାତ୍ମକ ଦୃଷ୍ଟିକୋଣରେ ଦେଖୁନାହାଁନ୍ତି। କାରଣ ସେମାନେ ଏହାକୁ ସେମାନଙ୍କ ସମ୍ବଳର ଏକ ଶୋଷଣ ଭାବେ ଦେଖୁଛନ୍ତି। ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡର ଦ୍ୱାରା ସେମାନେ ବିସ୍ଥାପନ ହୋଇଯିବେ ଭାବୁଛନ୍ତି। କାରଣ ବିସ୍ଥାପନ ସେମାନଙ୍କୁ ଉପଯୁକ୍ତ ଥାଇଥାନ କରାଯାଇ ପାରିବ ନା ନାହିଁ ତାହାକୁ ନେଇ ବେଲୁଚିସ୍ତାନ ବାସିନ୍ଦା ସନ୍ଦେହ ଘେରରେ ଅଛନ୍ତି। ଏହି ଭାବନା ପୂର୍ବ ତୁର୍କସ୍ତାନ ଇସଲାମିକ୍ ମୁଭମେଣ୍ଟ (ଇଟିଏମ୍), ତେହେରିକ୍-ଇ-ତାଲିବାନ ପାକିସ୍ଥାନ (ଟିଟିପି), ଲଶ୍କର-ଏ-ତୋଏବା, ଲଶ୍କର ଇ-ଜାଙ୍ଗଭି, ଦାଏଶ, ବେଲୁଚିସ୍ତାନ ଲିବରସେନ ଫ୍ରଣ୍ଟ ତଥା ବିଭିନ୍ନ ଜାତି ଭିତ୍ତିକ ବିଚ୍ଛିନ୍ନତାବାଦୀ ତଥା ଆଞ୍ଚଳିକ ଧାର୍ମିକ ଆତଙ୍କବାଦୀ ସଙ୍ଗଠନ ପାଇଁ ବେଲୁଚିସ୍ତାନ ପ୍ରଦେଶ ବେଶ ଗୁରୁତ୍ୱ ବହନ କରୁଛି। 

ଏହି ସମସ୍ତ ସଙ୍ଗଠନ ସକ୍ରିୟ ଭାବେ ସିପିଇସି ପ୍ରକଳ୍ପକୁ ଭଣ୍ଡୁର କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଭିତ୍ତିଭୂମି ପ୍ରକଳ୍ପ ତଥା ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ଉପରେ ପ୍ରତ୍ୟକ୍ଷ ଆକ୍ରମଣ କରୁଛନ୍ତି। ଯାହା ମାଧ୍ୟମରେ ସେମାନେ ଖୋଲାଖୋଲି ଭାବେ ଉଭୟ ଚୀନ-ପାକିସ୍ତାନ ଲାଗି ସୁରକ୍ଷା ଜନିତ ବିପଦ ସମସ୍ୟା ସୃଷ୍ଟି କରିବାରେ ଲାଗିଛନ୍ତି। ଏପରିକି ସେମାନେ ବିଭିନ୍ନ ସମୟରେ ଗ୍ୱାଦର ବନ୍ଦର ବିକାଶ କାର୍ଯ୍ୟରେ ଜଡି଼ତ ରହିଥିବା ଚୀନ ନାଗରିକ ତଥା ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି। ଯେଉଁଥିପାଇଁ ଅନେକ ଧନ ଜୀବନ କ୍ଷୟକ୍ଷତି ହୋଇଛି।