KIIT University Video: କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଅନେକ ଭିଡିଓ ଓ ଫଟୋ। ଏହାରି ମଧ୍ୟରେ ଅନେକ ଘଟଣା ଘଟିଛି। ଛାତ୍ରୀଙ୍କ ମୃତଦେହ ର ବ୍ୟବଚ୍ଛେଦ ସରିଛି ସେପଟେ ଛାତ୍ର ଅଶାନ୍ତି ଏବେ ବି ଲାଗି ରହିଛି। ଏହାରି ମଧ୍ୟରେ ଏବେ କିଛି ଘଣ୍ଟା ତଳୁ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଛାତ୍ରୀ ମାନେ କଥାବାର୍ତ୍ତା କରୁଥିବା ବେଳେ କର୍ତ୍ତୃପକ୍ଷ ତାଙ୍କ ଫୋନ ଛଡାଇଥିଲେ। ଆଉ ଏହା ପରେ ଛାତ୍ରୀଙ୍କ ହାତ ଖଣ୍ଡିଆ ହୋଇଥିବା ନେଇ ସେ ଚିଲେଇ ଚିଲେଇ ପାଟି କରିଥିଲେ। ଆଉ ଏହି ସବୁ ଘଟଣା ପୋଲିସ ସାମ୍ନାରେ ଘଟିଥିଲା।
ଆପଣଙ୍କ ନିକଟରେ ପ୍ରତିଟି ଖବର ପହଞ୍ଚାଇବର ଏହା ଏକ ମାଧ୍ୟମ...ତଳକୁ ତଳ ସ୍କ୍ରଲ କରିବା ପରେ ଉପରୋକ୍ତ ଭିଡିଓକୁ ଆପଣ ଦେଖି ପାରିବେ...