KIIT University Audio Viral: ସେଦିନ ପ୍ରକୃତରେ ଘଟିଥିଲା କ'ଣ, ଭାଇରାଲ ହେଲା ଅଡିଓ କଲ୍ । କିଟ୍ ବିଶ୍ବବିଦ୍ୟାଳୟରେ ବି-ଟେକ୍ ଦ୍ବିତୀୟ ବର୍ଷର ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ମୃତ ଛାତ୍ରୀଙ୍କ ବାପା ଆଜି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉଚ୍ଚଶିକ୍ଷା ପାଇଁ ଝିଅକୁ ଏତେଦୂର ପଠାଇଥିଲୁ ହେଲେ ଏମିତି ଘଟିବ ବୋଲି କେବେ ଭାବିନଥିଲି। ମୋ ଝିଅ ତ ଆଉ ନାହିଁ ହେଲେ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଏପରି ନହେଉ। ଏବେ ଆମେ ନ୍ୟାୟ ଚାହୁଁଛୁ। ମୋ ଝିଅ ଚାଲିଗଲା ହେଲେ ମୁଁ ଯେତେବେଳେ ଭିଡିଓ ଦେଖିଲି ମୋତେ ବହୁତ ଦୁଃଖ ଲାଗିଲା କି ଅନ୍ୟ ପିଲାଙ୍କୁ ବହୁତ ନିର୍ଯାତନା ଦିଆଯାଇ କ୍ୟାମ୍ପସରୁ କଢାଯାଇଛି। ଏହାସହ ଏକ ଅଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଛାତ୍ର ତାଙ୍କ ସାଙ୍ଗକୁ ଫୋନ କରି ପୂରା ଘଟଣା କ୍ରମ କହିଥିଲେ। ଯାହାର ଅଡିଓ ଭାଇରାଲ ହୋଇଛି...ଆଉ ଏହି ଅଡିଓର ସତ୍ୟାସତ୍ୟ ଉପରେ ଜୀ ଓଡ଼ିଶା କୌଣସି ସ୍ପଷ୍ଟତା ରଖୁନାହିଁ।
Also Read: KIIT University Viral Photos: ମୃତ ନେପାଳୀ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ବୟଫ୍ରେଣ୍ଡ ର ଫଟୋ ଭାଇରାଲ