Husband Killed Wife: ସ୍ତ୍ରୀକୁ ମାରିଲା ପ୍ରେମିକା, ସ୍ବାମୀ ରଚିଥିଲା ଷଡ଼ଯନ୍ତ୍ର
Advertisement
Article Detail0/zeeodisha/odisha1319586

Husband Killed Wife: ସ୍ତ୍ରୀକୁ ମାରିଲା ପ୍ରେମିକା, ସ୍ବାମୀ ରଚିଥିଲା ଷଡ଼ଯନ୍ତ୍ର

Husband Killed Wife: ତୁ ମୋର ହେବୁନି ତ କାହାର ହେବାକୁ ଦେବିନି । ତୁ ତୋ ସ୍ତ୍ରୀକୁ ଛାଡି ମତେ ଆପଣେଇ ନେ । ପ୍ରେମିକାର କଥା ମାନି ନେଲା ପ୍ରେମିକ । ପ୍ରେମ ରାସ୍ତାର କଣ୍ଟା ରୁପକ ସ୍ତ୍ରୀକୁ ହତ୍ୟା (Wife Killed) କରିବାକୁ ଯୋଜନା କରିବା ସହ ବାସ୍ତବ ରୂପ ଦେଲା ଉଭୟ ପ୍ରମିକ ଓ ପ୍ରେମିକା ।

Husband Killed Wife: ସ୍ତ୍ରୀକୁ ମାରିଲା ପ୍ରେମିକା, ସ୍ବାମୀ ରଚିଥିଲା ଷଡ଼ଯନ୍ତ୍ର

Husband Killed Wife: ତୁ ମୋର ହେବୁନି ତ କାହାର ହେବାକୁ ଦେବିନି । ତୁ ତୋ ସ୍ତ୍ରୀକୁ ଛାଡି ମତେ ଆପଣେଇ ନେ । ପ୍ରେମିକାର କଥା ମାନି ନେଲା ପ୍ରେମିକ । ପ୍ରେମ ରାସ୍ତାର କଣ୍ଟା ରୁପକ ସ୍ତ୍ରୀକୁ ହତ୍ୟା (Wife Killed) କରିବାକୁ ଯୋଜନା କରିବା ସହ ବାସ୍ତବ ରୂପ ଦେଲା ଉଭୟ ପ୍ରମିକ ଓ ପ୍ରେମିକା । ଶେଷରେ ଯୋଜନା ବଦ୍ଧ ଭାବେ ସ୍ୱାମୀ ପ୍ରେମିକା ସହ ମିଶି ସ୍ତ୍ରୀକୁ ପେଟ୍ରୋଲ ଢାଳି ପୋଡି ହତ୍ୟା କରିଦେଲା । ଏପରି ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଧଗୋଠ ଗ୍ରାମରୁ । 

ଗତ ଅଗଷ୍ଟ ୨୧ ତାରିଖ ବିଳମ୍ବିତ ରାତିରେ ଗ୍ରାମର ପ୍ରଧାନ ସାହିର ଦମ୍ପତ୍ତି ଶୋଇଥିବା ବେଳେ ବିଳମ୍ବିତ ରାତିରେ କେହି ଦୃର୍ବୃତ୍ତ ଘର ବାହରୁ ତାଲା ପକାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲା । ଘଟଣାରେ ଦମ୍ପତ୍ତି (Couple) ଆହତ ହୋଇ ଚିକିତ୍ସା ହେଉଥିବା ବେଳେ ପତ୍ନୀର ମୃତ୍ୟୁ ହୋଇଥିଲା । ତେବେ ଘଟଣାର ତଦନ୍ତ ପରେ ପୋଲିସ ଏହା ପ୍ରେମ ଜନିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ଓ ଯୋଜନାରେ ସ୍ୱାମୀର ସଂପୂର୍ଣ୍ଣ ସହଯୋଗ ରହିଥିବା ପର୍ଦ୍ଦାଫାଶ କରିଛି । 

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଧଗୋଠ ଗ୍ରାମର ଉଗ୍ରସେନ ପଲେଇ ୨ ବର୍ଷ ତଳେ ବୈଦିକ ରୀତିରେ ଜୟନ୍ତୀ ପଲେଇଙ୍କୁ ବିବାହ କରିଥିଲେ । କିନ୍ତୁ, ଉଗ୍ରେସନର ବାଶଂପାଳ ବ୍ଲକ ଭେଜିଡିହି ଗ୍ରାମର ଅଞଳି ପଲେଇ ସହ ୫ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା । ଅନ୍ୟତ୍ର ପ୍ରେମିକ ବିବାହକୁ ଗ୍ରହଣ କରି ପାରିନଥିବା ପ୍ରେମିକା ଅଞଳି ସ୍ତ୍ରୀକୁ ଛାଡି ତାକୁ ଆପଣେଇବା ପାଇଁ ପ୍ରେମିକକୁ କହିଆସୁଥିବା ବେଳେ ଉଭୟ ଯୋଜନା କରି ସ୍ତ୍ରୀକୁ ସମ୍ପୂର୍ଣ୍ଣ ରାସ୍ତାରୁ ହଟାଇ ନିଜକୁ ନାଟକୀୟ ଢଙ୍ଗରେ ନିର୍ଦ୍ଦୋଶ ଦେଖାଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେ। ଯୋଜନା ଅନୁଯାୟୀ, ଗତ ୨୧ ତାରିଖର ବିଳମ୍ବିତ ରାତିରେ ଉଗ୍ରସେନ ଓ ପତ୍ନୀ ଶୋଇଥିବା ବେଳେ ବାହରୁ ତାଲା ପକାଇ ପେଟ୍ରୋଲ ଢାଳି ପ୍ରମିକା ଅଞଳି ନିଆଁ ଲଗାଇ ଦେଇଥିଲା । ସାହି ପୋଡିଶା କାଳେ ଉଠି ସେମାନଙ୍କୁ ଉଦ୍ଧାର କରିଦେବେ ସେହି ଭୟରେ ଆଖପାଖ ପଡୋଶିଙ୍କ ଘରକୁ ମଧ୍ୟ ବାହରୁ ତାଲା ପକାଇ ଦିଆଯାଇଥିଲା। ଏହି ଯୋଜନା ଅନୁଯାୟୀ, ଘଟଣାକୁ ପୂର୍ଣ୍ଣରୂପ ଦେଇଥିବା ଉଗ୍ରସେନ ନିଆଁରେ ୧୦ ପ୍ରତିଶତ ପୋଡି ହେଇଥିବା ବେଳେ ସ୍ତ୍ରୀ ଜୟନ୍ତୀ ପାଖାପାଖି ୮୦ ପ୍ରତିଶତ ପୋଡିହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସା ଅବସ୍ଥାରେ ସ୍ତ୍ରୀ ଜୟନ୍ତୀ ମୃତ୍ୟୁବରଣ କରିଥିଲା । କେହି ଦୃର୍ବୃତ୍ତ ରାତିରେ ଉଭୟଙ୍କୁ ହତ୍ୟା ଉଦ୍ୟମ କରିଥିଲା ତେଣୁ, ଉଗ୍ରସେନ ଉପରେ କୌଣସି ସନ୍ଦେହ ଆସିବ ନାହିଁ ବୋଲି ସେ ନିଜେ ଘର ଭିତରେ ରହି ପେଟ୍ରୋଲ ଢାଳିବା ଠାରୁ ନିଆଁ ଲଗାଇବା ପର୍ଯ୍ୟନ୍ତ ପ୍ରେମିକାକୁ ସହଯୋଗ କରିଥିବା ସୂଚନା ମିଳିଛି । 

ତେବେ ଘଟଣାର ତଦନ୍ତ ପରେ ପୋଲିସ ପ୍ରେମ କାରଣରୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଜାଣିବାକୁ ପାଇ ପ୍ରଥମେ ସ୍ୱାମୀକୁ ଅଟକ ରଖି ପଚାରା ଉଚରା କରିବା ପରେ ସଂପୂର୍ଣ୍ଣ ମାଷ୍ଟର ମାଇଣ୍ଡ ପ୍ରେମିକା ଅଞଳି ବିଷୟରେ ଜାଣିବାକୁ ପାଇଥିଲା । ବ୍ଲୁ ପ୍ରିଣ୍ଟ ଅନୁଯାୟୀ ଅଞଳି ୨୧ ତାରିଖରେ ବାଶଂପାଳରୁ କେନ୍ଦୁଝର ଦେଇ ସଂନ୍ଧ୍ୟା ସମୟରେ ହରିଚନ୍ଦନପୁର ପହଞ୍ଚିଥିଲା।  ସେଠାରେ ପହଞ୍ଚି ଅଞଳି ଦ୍ବାରା ସ୍ବାମୀ ତାଲା କିଣିଥିଲେ। ବିଳମ୍ୱିତ ରାତିରେ କାମ ପାଇଁ ଅପେକ୍ଷ କରିବାକୁ ପଡିବ ତେଣୁ, ନିଜେ ଖାଇବା ପାଇଁ ଫାଷ୍ଟପୁଡ ବି କିଣି ନେଇଥିଲା । ଉଭୟ ଗାଁ ମୁଣ୍ଡରେ ପହଞ୍ଚିବା ପରେ ନିଜେ ସାମ୍ନାକୁ ନଯାଇ ଗାଁ ଦୋକାନରୁ ଅଞଳି ଦ୍ୱାରା ପେଟ୍ରୋଲ କିଣାଯାଇଥିଲା । ଗାଁ କାଜୁ ଜଙ୍ଗଲରେ ଅଞଳିକୁ ଛାଡି ଉଗ୍ରେସନ ଘରକୁ ଚାଲିଗଲା। ସ୍ତ୍ରୀ ଶୋଇବା ପରେ ସୂଚନା ଦେବା ଓ କାକାପୁଅ ଭାଇ କୁଳମଣିକୁ ନେବା ଆଣିବା ଦାଇତ୍ୱ ଦେଇଗଲା । ପରେ ସୂଚନା ଦେବା ପରେ ଯୋଜନା ଅନୁଯାୟୀ ଅଞଳି ବିଳମ୍ୱିତ ରାତିରେ ଘର ନିକଟରେ ପହଞ୍ଚି ନିଆଁ ଲଗାଇବା ପରେ କାକାପୁଅ ସହାୟତାରେ ଗାଁରୁ ଚାଲି ଯାଇଥିବା ପୋଲିସ କହିଛି। ତେବେ ପୋଲିସ ମୋବାଇଲ ଟ୍ରାକିଂ କରି ଅଞଳିକୁ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବସଷ୍ଟାଣ୍ଡରୁ ଗିରଫ କରିବା ସହ ଗାଁରୁ ସଗଯୋଗୀ କାକା ପୁଅ କୁଳମଣୀକୁ ଗିରଫ କରି କୋର୍ଟ ଚାଲାଣ କରଛି।