Puri News: ଖୁବଶୀଘ୍ର ଆଦର୍ଶ ଗୁରୁକୂଳ, ସେବାୟତଙ୍କ ପରପିଢିଙ୍କୁ ମିଳିବ ଉନ୍ନତମାନର ଶିକ୍ଷା
Advertisement
Article Detail0/zeeodisha/odisha1608845

Puri News: ଖୁବଶୀଘ୍ର ଆଦର୍ଶ ଗୁରୁକୂଳ, ସେବାୟତଙ୍କ ପରପିଢିଙ୍କୁ ମିଳିବ ଉନ୍ନତମାନର ଶିକ୍ଷା

ଖୁବଶୀଘ୍ର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ନିର୍ମାଣ ହେବ ଆଦର୍ଶ ଗୁରୁକୂଳ। ଏନେଇ ପୂର୍ବରୁ ବିର୍ଲା ଫାଉଣ୍ଡେସନ ସହ ଶ୍ରୀମନ୍ଦିର ପରିଚାଳନା କମିଟିର ଏମ୍ଓୟୁ ସରିଛି। ଓବିସିସିର ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ବିର୍ଲା ଫାଉଣ୍ଡେସନ ନିର୍ମାଣ କରିବ। ୨୦୨୪ ବର୍ଷ ଠାରୁ ଆଶ୍ରମରେ ପାଠ୍ୟକ୍ରମ ଆରମ୍ଭ ହେବା ନେଇ ନିଷ୍ପତ୍ତି ନିଆଯାଇଛି। ଏଥିରେ ନର

Puri News: ଖୁବଶୀଘ୍ର ଆଦର୍ଶ ଗୁରୁକୂଳ, ସେବାୟତଙ୍କ ପରପିଢିଙ୍କୁ ମିଳିବ ଉନ୍ନତମାନର ଶିକ୍ଷା

Puri News ପୁରୀ: ଖୁବଶୀଘ୍ର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ନିର୍ମାଣ ହେବ ଆଦର୍ଶ ଗୁରୁକୂଳ। ଏନେଇ ପୂର୍ବରୁ ବିର୍ଲା ଫାଉଣ୍ଡେସନ ସହ ଶ୍ରୀମନ୍ଦିର ପରିଚାଳନା କମିଟିର ଏମ୍ଓୟୁ ସରିଛି। ଓବିସିସିର ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ବିର୍ଲା ଫାଉଣ୍ଡେସନ ନିର୍ମାଣ କରିବ। ୨୦୨୪ ବର୍ଷ ଠାରୁ ଆଶ୍ରମରେ ପାଠ୍ୟକ୍ରମ ଆରମ୍ଭ ହେବା ନେଇ ନିଷ୍ପତ୍ତି ନିଆଯାଇଛି। ଏଥିରେ ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିବ।

ସିବିଏସଇ ଢାଞ୍ଚାରେ ଶିକ୍ଷାଦାନ ସହ ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ପାଇଁ ଅଧିକ ଦୁଇ ଘଣ୍ଟା ଆଧ୍ୟାତ୍ମିକ, ନୈତିକ, ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି। ଗୁରୁକୂଳ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ୬ କୋଟି ୧୯ ଲକ୍ଷ ୮୯ ହଜାର ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି। ଏଥିସହ ରାଜ୍ୟ ସରକାର ଅବଢା ଯୋଜନାରେ ଗୁରୁକୂଳ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଆଦର୍ଶ ଗୁରୁକୂଳ ପାଇଁ ପ୍ରଥମେ ସୋସାଇଟି ଗଠନ, ମାଟି ତୋଟାରେ ୧୯.୩୮ ଏକର ଜମି ଲିଜରେ ଯୋଗାଇ ଦିଆଯିବ। ପୂର୍ବରୁ  ଓବିସିସି ଓ ବିର୍ଲା କମ୍ପାନୀର ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିବା ପରେ ପ୍ରାୟ ୨୦ ଏକର ଜମିର ଆବଶ୍ୟକତା ରହିଥିବା କହିଥିଲେ।

 

ତେବେ ଟେଣ୍ଡର ଡକାଯିବା ପରେ ଭୂମିପୂଜନ କରାଯାଇ ଗୁରୁକୂଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସମୁଦାୟ ୩୨ ଏକର ଜମିରେ ଏକାଡେମୀକ ଭବନ, ଯଜ୍ଞ ସାଳା, ଖେଳ ପଡ଼ିଆ, ହଷ୍ଟେଲ ଆଦି ନିର୍ମାଣ କରାଯିବ। କେବଳ ଲିଟେରେଟ ନୁହେଁ ଜଗନ୍ନାଥ ସଂସ୍କୃତି ସହିତ ଗ୍ଲୋବାଲ ଶିଶୁ,ହୋଲିଷ୍ଟିକ ଏଡୁକେସନ ଆଦି ଶିକ୍ଷା ପାଇବେ। ଏଥିପାଇଁ ବିର୍ଲା ଏଜୁକେସନ ସୋସାଇଟି ସଂପୁର୍ଣ୍ଣ ସହଯୋଗ କରିବ। ଅବଶିଷ୍ଟ ୫୦ ପ୍ରତିଶତ ଅନ୍ୟ ସାଧାରଣ ମେଧାବୀ ବିଦ୍ୟାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ଗୁରୁକୂଳ ପାଇଁ ହୋଇଥିବା ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରାଯିବ। ଗଣେଶ ଚତୁର୍ଥୀ କିମ୍ବା ଅକ୍ଷୟ ତୃତୀୟାରେ ହୋଇପାରେ ଗୁରୁକୂଳ ପାଇଁ ଭୁମୀ ପୁଜନ। 

ତେବେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକରେ ଗୁରୁକୂଳ ନିର୍ମାଣ ନେଇ ଅନେକ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଏସପି ଡ କନୱର ବିଶାଳ ସିଂ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ନୀତି ଓ ଉନ୍ନୟନ ପ୍ରଶାସକ, ବିର୍ଲା ଫାଉଣ୍ଡେସନର ସଦସ୍ୟଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।ଗୁରୁକୂଳ ଆଶ୍ରମ ସଂକ୍ରାନ୍ତରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା।

Also Read: Old Pension Scheme: ପୁରୁଣା ପେନସନକୁ ନେଇ ଆସିଲା ବଡ଼ ଖୁସି ଖବର, ମୋଦି ସରକାର ଲାଗୁ କଲେ ଏହି ଯୋଜନା! ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିଲା ଗିଫ୍ଟ

Also Read: ବିବାହ ପରେ ପରକୀୟାରେ କାହିଁକି ରୁହନ୍ତି ମହିଳା, ଜାଣନ୍ତୁ ଏହାର ପ୍ରମୁଖ କାରଣ...

Also Read: Indore Pitch Controversy: BCCI ଓ ICC ମଧ୍ୟରେ ଆରମ୍ଭ ହେଲା ଲଢ଼େଇ! ପିଚ୍ ବିବାଦକୁ ନେଇ ସାମ୍ନାକୁ ଆସିଲା ଏହି ବଡ଼ ଅପଡେଟ୍