ବର୍ଷିଆନ କଳାକାର ଉତ୍ତମ ମହାନ୍ତିଙ୍କୁ ନେଇ ଆରମ୍ଭ ହେଲା ରାଜନୀତି, BJP VS BJD
Advertisement
Article Detail0/zeeodisha/odisha2639354

ବର୍ଷିଆନ କଳାକାର ଉତ୍ତମ ମହାନ୍ତିଙ୍କୁ ନେଇ ଆରମ୍ଭ ହେଲା ରାଜନୀତି, BJP VS BJD

Ollywood News: ରାଜ୍ୟର ଜଣେ ବରିଷ୍ଠ ଏବଂ ସମସ୍ତଙ୍କର ଅତି ପ୍ରିୟ କଳାକାରଙ୍କ ବିଷୟରେ ଏଭଳି ଭୁଲ୍ ଖବର କେବେବି ଗ୍ରହଣ କରିପାରିନଥିଲେ ସାଧାରଣ ଲୋକେ। ଯେତେବେଳେ ଗୋଟେ ପଟେ ଆଗ ଧାଡ଼ିର ଗଣମାଧ୍ୟମ ସଠିକ୍ ଖବର ପରିବେଷଣ କରୁଥିଲେ କି ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି, ଏବଂ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଉଛି। ଠିକ୍ ସେହି ସମୟରେ କିଛି ଆଗ ଧାଡ଼ିର ବିଜେପି ନେତା ଯେଉଁମାନେ ପଦବୀରେ ରହିଛନ୍ତି ତାଙ୍କର ମୃତ୍ୟୁ ହୋଇସାରିଛି କହି ଶୋକ ସନ୍ତପ୍ତ ପରିବାରକୁ ସହାନୁଭୂତି ଜଣାଇଥିଲେ। ଆଉ ଏହାର ଠିକ୍ କିଛି ସମୟ ପରେ ପୋଷ୍ଟଟି ଡିଲିଟ୍ କରିଦେଇଥିଲେ।

ବର୍ଷିଆନ କଳାକାର ଉତ୍ତମ ମହାନ୍ତିଙ୍କୁ ନେଇ ଆରମ୍ଭ ହେଲା ରାଜନୀତି, BJP VS BJD

Ollywood News: ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ନେଇ ଏବେ ରାଜନୀତି ଜୋର୍ ଧରିଲାଣି। ରବିବାର ଅଭିନେତା ଉତ୍ତମଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା। ଏହି ସମୟରେ ଅନେକ କଳାକାର ହସ୍ପିଟାଲରେ ପହଞ୍ଚି ତାଙ୍କ ପରିବାର ପାଖରେ ଠିଆ ହୋଇଥିଲେ। ଯେଉଁ ସମୟରେ ଡ଼ାକ୍ତର ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରୁଥିଲେ ସେହି ସମୟରେ କିଛି ମିଡିଆରେ ତାଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଖବର ଘୁରିବୁଲୁଥିବା ଆପଣ ଦେଖିଥିବେ। ରାଜ୍ୟର ଜଣେ ବରିଷ୍ଠ ଏବଂ ସମସ୍ତଙ୍କର ଅତି ପ୍ରିୟ କଳାକାରଙ୍କ ବିଷୟରେ ଏଭଳି ଭୁଲ୍ ଖବର କେବେବି ଗ୍ରହଣ କରିପାରିନଥିଲେ ସାଧାରଣ ଲୋକେ। ଯେତେବେଳେ ଗୋଟେ ପଟେ ଆଗ ଧାଡ଼ିର ଗଣମାଧ୍ୟମ ସଠିକ୍ ଖବର ପରିବେଷଣ କରୁଥିଲେ କି ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି, ଏବଂ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଉଛି। ଠିକ୍ ସେହି ସମୟରେ କିଛି ଆଗ ଧାଡ଼ିର ବିଜେପି ନେତା ଯେଉଁମାନେ ପଦବୀରେ ରହିଛନ୍ତି ତାଙ୍କର ମୃତ୍ୟୁ ହୋଇସାରିଛି କହି ଶୋକ ସନ୍ତପ୍ତ ପରିବାରକୁ ସହାନୁଭୂତି ଜଣାଇଥିଲେ। ଆଉ ଏହାର ଠିକ୍ କିଛି ସମୟ ପରେ ପୋଷ୍ଟଟି ଡିଲିଟ୍ କରିଦେଇଥିଲେ। କିନ୍ତୁ ଏବେବି ଏହାର ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଯାହାକୁ ଦେଖିବା ପରେ ଉଭୟଙ୍କୁ ସମସ୍ତେ ବହୁତ୍ ନିନ୍ଦା କରିଛନ୍ତି। 

ଏବେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଟାର୍ଗେଟ ହୋଇଛନ୍ତି ଉଭୟ ବିଜେପି ମନ୍ତ୍ରୀ। କିଭଳି କୌଣସି ସଠିକ୍ ସୂଚନା ବିନା ଜଣେ ବରିଷ୍ଠ ଅଭିନେତାଙ୍କୁ ବଞ୍ଚିଥାଉ ଥାଉ ମାରି ଦିଆ ଯାଇଛି, ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି। କେବଳ ଏତିକି ନୁହେଁ ଏହାକୁ ନେଇ ବିଜେପି ଓ ବିଜେଡ଼ି ମୁହାଁମୁହିଁ ହେଇଛନ୍ତି। ବିଜେଡ଼ି ନେତ୍ରୀ ସୁଲତା ଦେଓ ଉଭୟ ମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, 'କହିଥିଲି ନା ଏଠି ଗୋଟେ ଜୋକର ସରକାର ଚାଲିଛି । ଇଏ ଦେଖନ୍ତୁ ଉଦାହରଣ । ବଞ୍ଚି ଥାଉ ଥାଉ ଲୋକଟାକୁ ମାରିବାକୁ ଏତେ ବ୍ୟଗ୍ର ଏ ଜୋକର ସରକାରଙ୍କ ଜୋକର ମନ୍ତ୍ରୀ ମାନେ । fallback

 

ଯାହାହେଉ ଉତ୍ତମ ମହାନ୍ତିଙ୍କ ଆୟୁଷ ବଢିଗଲା ଆମ ଓଡ଼ିଆରେ ଗୋଟେ କଥା ଅଛି ବଞ୍ଚିଥିବା ଲୋକକୁ ଯଦି ମୃତ ଘୋଷଣା କରାଯାଏ ତାହାଲେ ତାଙ୍କ ଆୟୁଷ ବଢିଯାଏ। ଉତ୍ତମ ମହାନ୍ତି ଙ୍କ ଆଶୁ ଆରୋଗ୍ୟ କାମନା କରୁଛି ଆଉ ଭଗବାନ ଏଭଳି ଜୋକର ମାନଙ୍କୁ ଟିକେ ସଦବୁଦ୍ଧି ଦିଅନ୍ତୁ' ।

ସୂଚନା ଭେଟରାନ୍ ଅଭିନେତା ଉତ୍ତମ ମହାନ୍ତି ଏବେ ବି ଗୁରୁତର ଅଛନ୍ତି। ସେ ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି। ଏହା ସହ ତାଙ୍କର ଅନ୍ୟାନ୍ୟ କିଛି ଅଙ୍ଗ ମଧ୍ୟ କାମ କରୁନଥିବା ଡ଼ାକ୍ତର କହିଛନ୍ତି । ତାଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ଭେଣ୍ଟିଲେଟରରେ ରଖାଯାଇ ତାଙ୍କ ଚିକିତ୍ସା ଚାଲିଥିଲା । ଏହା ପରେ ସନ୍ଧ୍ୟାରେ ତାଙ୍କୁ ଦିଲ୍ଲୀର ବେଦାନ୍ତ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରାଯାଇଛି। ତାଙ୍କ ସାଙ୍ଗରେ ପୁରା ପରିବାର ପୁଅ ବାବୁସାନ, ବୋହୂ ତୃପ୍ତି ଏବଂ ପତ୍ନି ଅପରାଜିତା ଅଛନ୍ତି। ଏହା ସହ ଅନେକ କଳାକାର ମଧ୍ୟ ଆସିଥିବା ଜଣାପଡ଼ିଛି। ସମସ୍ତେ ଉତ୍ତମଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ୍ ଚିନ୍ତାରେ ଥିବା ଦେଖା ଯାଇଥିଲା। ଓଲିଉଡର ସମସ୍ତ କଳାକାରଙ୍କ ସହିତ ସମଗ୍ର ରାଜ୍ୟବାସୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Also Read- Jollywood News: କଳାକାର ପଇସା ପାଇଁ ବି ବିକ୍ରି ହୁଅନ୍ତି: ଗୌର ଦାସ !

Also Read- ବାହାଘରକୁ ନେଇ ସତ ମାନିଲେ ଅନୁଭବ ଓ ଜାଗୃତି, ଜାଣନ୍ତୁ କ'ଣ କହିଲେ...