Sprouted Gram Benefits: ଗଜା ବୁଟ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବରଦାନ; ଏହି ସୟରେ ଖାଆନ୍ତୁ, ମିଳିବ ଜବରଦସ୍ତ ଲାଭ
Advertisement
Article Detail0/zeeodisha/odisha1672742

Sprouted Gram Benefits: ଗଜା ବୁଟ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବରଦାନ; ଏହି ସୟରେ ଖାଆନ୍ତୁ, ମିଳିବ ଜବରଦସ୍ତ ଲାଭ

ଆଜିକାଲି କୋରୋନା ମହାମାରୀ ବିପର୍ଯ୍ୟସ୍ତ ମଧ୍ୟ ଦେଇ ଜୀବନ ଜିଇବାକୁ ପଡୁଛି । ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ସୁସ୍ଥ ରହିବା ପାଇଁ କିଛି ଉପାୟ କହିବାକୁ ଯାଉଛୁ । ସିଝା ହୋଇଥିବା ବୁଟ (Boiled Gram) ପିତ୍ତ ଓ କଫକୁ ଦୂର କରିଥାଏ । କିନ୍ତୁ ଅଙ୍କୁରିତ ବା ଗଜା ବୁଟ (Sprouted gram) କୋମଳ, କ୍ଷୁଧା ବୃଦ୍ଧିକାରୀ, ବୀର୍ଯ ବୃଦ୍

Sprouted Gram Benefits: ଗଜା ବୁଟ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବରଦାନ; ଏହି ସୟରେ ଖାଆନ୍ତୁ, ମିଳିବ ଜବରଦସ୍ତ ଲାଭ

Sprouted Gram Benefits: ଆଜିକାଲି କୋରୋନା ମହାମାରୀ ବିପର୍ଯ୍ୟସ୍ତ ମଧ୍ୟ ଦେଇ ଜୀବନ ଜିଇବାକୁ ପଡୁଛି । ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ସୁସ୍ଥ ରହିବା ପାଇଁ କିଛି ଉପାୟ କହିବାକୁ ଯାଉଛୁ । ସିଝା ହୋଇଥିବା ବୁଟ (Boiled Gram) ପିତ୍ତ ଓ କଫକୁ ଦୂର କରିଥାଏ । କିନ୍ତୁ ଅଙ୍କୁରିତ ବା ଗଜା ବୁଟ (Sprouted gram) କୋମଳ, କ୍ଷୁଧା ବୃଦ୍ଧିକାରୀ, ବୀର୍ଯ ବୃଦ୍ଧିକାରୀ, ଶକ୍ତି ବୃଦ୍ଧିକାରୀ, ରକ୍ତ ସଫା, ପ୍ରୋଟିନରେ ଭରପୂର ତଥା ଥଣ୍ଡା ହୋଇଥାଏ । ଜାଣନ୍ତୁ ଗଜା ବୁଟ ଖାଇବାର ଫାଇଦା…

୧. ଶାରୀରିକ ଦୁର୍ବଳତାକୁ ଦୂର କରିବା ପାଇଁ, ଶରୀରକୁ ମଜବୁତ କରିବା ପାଇଁ ତଥା ଓଜନ ବଢ଼ାଇବା ପାଇଁ ସନ୍ଧ୍ୟାରେ ଦୁଇ ମୁଠାଏ ବୁଟକୁ ବିଶୁଦ୍ଧ ପାଣିରେ ଭିଜାଇ ଦିଅନ୍ତୁ । ଏହାପରେ ଏହି ଅଙ୍କୁରିତ ହେବା ପରେ ଏହାକୁ ଚୋବାଇ ଚୋବାଇ ଖାଆନ୍ତୁ ।

୨. ଲୁଣ ନ ମିଶାଇ ଗଜା ବୁଟ ଚୋବାଇ  ଖାଇଲେ ତ୍ୱଚା ସୁସ୍ଥ ରହେ ଓ ଏହା ଚିକ୍କଣ ଦିଶେ । କାଛୁ କୁଣ୍ଡିଆ ଭଳି ରୋଗ ମଧ୍ୟ ହୋଇ ନ ଥାଏ ।

୩. ଦୁର୍ବଳ ହୃଦୟ ଥିବା ବ୍ୟକ୍ତିମାନେ ପ୍ରତିଦିନ ଗଜା ବୁଟ (Sprouted Gram) ଖାଇବା ଉଚିତ । ଏହି ଚନାରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ୍ ଓ ଫୋଲେଟ୍ ଥାଏ । ଯାହା କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସହାୟକ ହୋଇଥାଏ ।

୪. ପ୍ରତିଦିନ ସକାଳେ ଗଜା ବୁଟ (Sprouted Gram) ଖାଇଲେ ପାଚନ ତନ୍ତ୍ର ସୁସ୍ଥ ହୋଇଯାଏ । କାରଣ ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌ ଥାଏ ।

୫. ଗଜା ବୁଟ (Sprouted Gram) ଖାଇଲେ ଶରୀରରେ ପ୍ରଜନନ କ୍ଷମତା ବୃଦ୍ଧି ପାଇଥାଏ ।

୬. ରକ୍ତହୀନତା ରୋଗ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ସେମାନେ ଅଙ୍କୁରିତ ବୁଟ (Sprouted Gram), ଗହମର ବେସନ ମିଶାଇ ରୁଟି କିମ୍ବା ଅନ୍ୟ ଉପାୟ ସେବନ କରିବା ଆବଶ୍ୟକ । ଏଥିରୁ ଲାଭ ମିଳିଥାଏ ।

୭. ଯଦି ରକ୍ତଚାପ ଥାଏ । ତେବେ ଗଜା ବୁଟ (Sprouted Gram) ଖାଇବା ଉଚିତ । କାରଣ ଏହା ରକ୍ତବାହୀକୁ ସ୍ୱାଭାବିକ କରିଥାଏ । ଯାହା ଉଚ୍ଚ ରକ୍ତଚାପର ଆଶଙ୍କା ହ୍ରାସ କରିଥାଏ ।

୮. ଯଦି ଆପଣଙ୍କର ମୂତ୍ରଜନିତ ସମସ୍ୟା ଥାଏ । ତେବେ ଗଜା ବୁଟ (Sprouted Gram) ଖାଇବା ଦ୍ୱାରା  ସେହି ସମସ୍ୟା ରହିବ ନାହିଁ । ଏହା ପାଇଲ୍ସ ପାଇଁ ମଧ୍ୟ ଉପକାରୀ ହୋଇଥାଏ ।

ଅଧିକ ପଢ଼ନ୍ତୁ-ବୁଦ୍ଧ ପୂର୍ଣ୍ଣିମାରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ; ୩ଟି ରାଶିର ଖୋଲିଯିବ ଭାଗ୍ୟ, ନୂତନ ଚାକିରି-ପଦୋନ୍ନତି ସହ ମିଳିବ ପ୍ରବଳ ଟଙ୍କା

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଏସିଆ କପ୍ ଓ ODI ବିଶ୍ୱକପରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି!

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ୨ ଦିନ ପରେ ଆସିବ ବଡ଼ ଖୁସି ଖବର; ପୁଣି ଏତେ ବଢ଼ିଯିବ ଦରମା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

ଡିସକ୍ଲେମର: ଏହି ପ୍ରବନ୍ଧଟି କେବଳ ସାଧାରଣ ସୂଚନା ପାଇଁ ଲେଖାଯାଇଛି । ଏହା କୌଣସି ପ୍ରକାରେ କୌଣସି ଔଷଧ କିମ୍ବା ଚିକିତ୍ସାର ବିକଳ୍ପ ହୋଇପାରିବ ନାହିଁ । ଅଧିକ ବିବରଣୀ ପାଇଁ ସର୍ବଦା ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।