'ଅଶୁଭ ବାରରେ ସ୍ୱାଧୀନ ହୋଇଥିଲା ଭାରତ'
Advertisement
Article Detail0/zeeodisha/odisha1303712

'ଅଶୁଭ ବାରରେ ସ୍ୱାଧୀନ ହୋଇଥିଲା ଭାରତ'

ଦୀର୍ଘ ଦୁଇ ଶତାବ୍ଦିର ପାରାଧୀନତା ପରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ବ୍ରିଟିଶ କବଳରୁ ସ୍ୱାଧିନ ହୋଇଥିଲା। କିନ୍ତୁ ଏହାକୁ ଏକ ଯୋଜନା ମୁତାବକ କାର୍ଯ୍ୟକାରୀ କରାଯାଇଥିଲା। ୧୯୪୭ ଜୁନ ୩ ତାରିଖରେ ଭାରତର ପ୍ରମୁଖ ନେତା (ଜବାହର ଲାଲ ନେହରୁ, ମହମ୍ମଦ ଅଲ୍ଲି ଜିନା) ଙ୍କ ସହ ଆଲୋଚନା କରି ଦେଶ ବିଭାଜନକୁ ନେଇ ଲର୍ଡ ମାଉଣ୍ଟ ବ୍ୟାଟେନ ଚୂଡାନ୍ତ ନିଷ୍ପତ୍ତି ନେଇଥିଲେ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତ ଆଜି ୭୬ତମ ସ୍ୱାଧିନତା ଦିବସ ପାଳନ କରୁଛି। ଏଥିପାଇଁ ସମସ୍ତ ଭାରତୀୟଙ୍କ ଭିତରେ ହର୍ଷ ଉଲ୍ଲାସ ଦେଖିବାକୁ ମିଳୁଛି। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ କବଳରୁ ଭାରତ ସ୍ୱାଧିନ ହୋଇଥିଲା। ଭାରତକୁ ବେଦର ଦେଶ ବୋଲି କୁହାଯାଏ। ଏଠାରେ ଜ୍ୟୋତିଷ ଶାସ୍ତ୍ରର ସୃଷ୍ଟି ଆଉ ବିକାଶ ହୋଇଛି। ଗ୍ରହ ନକ୍ଷେତ୍ରର ଗତିବିଧି ସହ ମଣିଷର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତର ସମ୍ପର୍କ ରହିଥିବା ବିଶ୍ୱାସ କରାଯାଏ। ଆପଣ ଜାଣନ୍ତି କି, ଭାରତ ସ୍ୱାଧୀନ ହୋଇଥିବା ସମୟକୁ ନେଇ ଜ୍ୟୋତିଷମାନେ କଣ କହିଥିଲେ? ଲର୍ଡ ମାଉଣ୍ଟ ବ୍ୟାଟେନଙ୍କ ତରବରିଆ ତଥା ଏକ ଚାଟିଆ ନିଷ୍ପତ୍ତି ଏବଂ ସେହି ସମୟର ଗ୍ରହ ନକ୍ଷେତ୍ରଙ୍କ ଅବସ୍ଥିତି ପାଇଁ ଦେଶ ଆଜି ଏହି ପରିସ୍ଥିତିରେ ଅଛି କି?

ଦୀର୍ଘ ଦୁଇ ଶତାବ୍ଦିର ପାରାଧୀନତା ପରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ବ୍ରିଟିଶ କବଳରୁ ସ୍ୱାଧିନ ହୋଇଥିଲା। କିନ୍ତୁ ଏହାକୁ ଏକ ଯୋଜନା ମୁତାବକ କାର୍ଯ୍ୟକାରୀ କରାଯାଇଥିଲା। ୧୯୪୭ ଜୁନ ୩ ତାରିଖରେ ଭାରତର ପ୍ରମୁଖ ନେତା (ଜବାହର ଲାଲ ନେହରୁ, ମହମ୍ମଦ ଅଲ୍ଲି ଜିନା) ଙ୍କ ସହ ଆଲୋଚନା କରି ଦେଶ ବିଭାଜନକୁ ନେଇ ଲର୍ଡ ମାଉଣ୍ଟ ବ୍ୟାଟେନ ଚୂଡାନ୍ତ ନିଷ୍ପତ୍ତି ନେଇଥିଲେ। ଆଉ ୧୯୪୭ ଜୁନ ପ୍ରଥମ ସପ୍ତାହରେ ହିଁ ଭାରତକୁ ମୁକ୍ତ କରିବାର ତାରିଖ ଘୋଷଣା କରିଥିଲେ। ଏକ ପ୍ରେସବାର୍ତ୍ତାରେ ଲର୍ଡ ମାଉଣ୍ଟ ବ୍ୟାଟେନ କହିଥିଲେ ଯେ, ଭାରତକୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ କ୍ଷମତା ହସ୍ତାନ୍ତର କରାଯିବ। ଯାହାପରେ ଭାରତର ଜ୍ୟୋତିଷ ଶାସ୍ତ୍ରୀଙ୍କ ଛାତିରେ ଛନକା ପଶି ଯାଇଥିଲା।

Also Read: ୨୦୨୪ରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନରେନ୍ଦ୍ର ମୋଦି? ହେବ ବଡ଼ ଖେଳ

ଭାରତର ସ୍ୱାଧୀନତା ତାରଖ ଘୋଷଣା ପୂର୍ବରୁ ମାଉଣ୍ଟ ବ୍ୟାଟେନ କୌଣସି ଜ୍ୟୋତିଷ ଶାସ୍ତ୍ରୀଙ୍କ ପରାମର୍ଶ ନେଇନଥିଲେ। କାରଣ ଏହି ତାରିଖକୁ ନେଇ ପୂର୍ବରୁ କୌଣସି ଯୋଜନା ନଥିଲା। ବର୍ମା ଜଙ୍ଗଲରେ ଜାପାନୀଙ୍କ ଆତ୍ମସମର୍ପଣ ଦିବସର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଭାରତରୁ ସ୍ୱାଧିନ କରିବାକୁ ବ୍ୟାଟେନ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଭାରତର ପୂର୍ବରୁ ପଶ୍ଚମ ଓ ଉତ୍ତରରୁ ଦକ୍ଷିଣ ସବୁ ଅଞ୍ଚଳର ଜ୍ୟୋତିଷମାନେ ଅଗଷ୍ଟ ୧୫କୁ ତୀବ୍ର ବିରୋଧ କରିଥିଲେ। ଏପରିକି ଏନେଇ ସେମାନେ ଲର୍ଡ ବ୍ୟାଟେନଙ୍କୁ ଚିଠି ମଧ୍ୟ ଲେଖିଥିଲେ। ଜ୍ୟୋତିଷଙ୍କ କହିବା ଥିଲା, ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଶୁକ୍ରବାର ପଡୁଛି ଏବଂ ଶୁକ୍ରବାରକୁ ଅଶୁଭ ଦିନ ଭାବେ ଗଣନା କରାଯାଏ। ତେଣୁ ଏହି ଦିନ ଭାରତକୁ ସ୍ୱାଧିନ ନ କରିବାକୁ ସେମାନେ ଅପିଲ କରିଥିଲେ।

ବାବୁ ରାଜେନ୍ଦ୍ର ପ୍ରସାଦ (ସ୍ୱାଧିନ ଭାରତର ପ୍ରଥମ ରାଷ୍ଟ୍ରପତି)ଙ୍କୁ ଉଜ୍ଜୟନର ଜ୍ୟୋତିଷ ଶାସ୍ତ୍ରୀ ହାର୍ଦେଓଜୀ ଏବଂ ସୂର୍ଯ୍ୟନାରୟଣ ବ୍ୟାସ ଜଣାଇଥିଲେ ଯେ, ଭାରତକୁ ବ୍ରିଟିଶମାନେ ଯେଉଁ ଦିନ ସ୍ୱାଧିନ କରିବାକୁ ଚାହୁଁଛନ୍ତି ତାହା ଏକ ଅଶୁଭ ଦିନ। କିନ୍ତୁ ନକ୍ଷେତ୍ର ଗଣନା ଅନୁସାରେ ଏହାକୁ କିଛି ସମୟ ପାଇଁ ଘୁଞ୍ଚାଇ ଦିଆଯାଉ ବୋଲି ରାଜେନ୍ଦ୍ର ପ୍ରସାଦଙ୍କୁ ହାର୍ଦେଓ ପରାମର୍ଶ ଦେଇଥିଲେ। କୋଲକାତାର ସ୍ୱାମୀ ମଦନାନନ୍ଦ ସିଧା ମାଉଣ୍ଟ ବ୍ୟାଟେନଙ୍କୁ ଚିଠି ଲେଖିଲେ। ସେ ଦାବି କରିଥିଲେ ଯେ, ଭାରତ ଆଉ ଦିନ ପରାଧୀନ ହୋଇ ରହିବାକୁ ପ୍ରସ୍ତୁତ କିନ୍ତୁ ଯଦି ତାକୁ ୧୯୪୭ ଅଗଷ୍ଟ ୧୫ରେ ସ୍ୱାଧିନ କରାଯାଏ ତେବେ ଆଗାମୀ ଦିନରେ ଦେଶ ଦୁର୍ଗତି ସମ୍ମୁଖୀନ ହେବ। ଦେଶର ବନ୍ୟା, ବାତ୍ୟା, ମରୁଡି, ରାକ୍ତପାତ ହେବ ବୋଲି ସ୍ୱାମୀ ମଦନାନନ୍ଦ କହିଥିଲେ। 

Also Read: ସ୍ୱାଧୀନତା ଦିବସକୁ ନେଇ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ମୁର୍ମୁ; ଜାଣନ୍ତୁ ଭାଷଣର ମୁଖ୍ୟାଂଶ

ଜ୍ୟୋତିଷ ଶାସ୍ତ୍ରୀଙ୍କ ଅନୁସାରେ, ପୁଷ୍ୟଙ୍କୁ ନକ୍ଷେତ୍ରଙ୍କ ରାଜା କୁହାଯାଏ। ୧୯୪୭ ଅଗଷ୍ଟ ୧୫ ରାତି ୧୨ଟା ୧ରେ ଚନ୍ଦ୍ର ପୁଷ୍ୟ ନକ୍ଷେତ୍ରରେ ଥିଲେ। ମଧ୍ୟ ରାତ୍ରରେ ଅଭିଜିତ ମୁହୂର୍ତ୍ତ ଥିଲା। କୌଣସି ବଡ କାର୍ଯ୍ୟ ପାଇଁ ଏହା ଉତ୍କୃଷ୍ଟ ସମୟ ଏବଂ ସେହି କାର୍ଯ୍ୟ ଉପରେ ଗ୍ରହ ନକ୍ଷେତ୍ରଙ୍କୁ ଭଲ ପ୍ରଭାବ ପଡିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରୀମାନେ କହିଥିଲେ। ଆଉ ସେହି ଅନୁସାରେ ୧୯୪୭ ଅଗଷ୍ଟ ୧୫ ମଧ୍ୟ ରାତ୍ରିରେ ଭାରତ ସ୍ୱାଧୀନ ହେଲା ବୋଲି ପଣ୍ଡିତ ଜବାହର ଲାଲ ନେହରୁ ଘୋଷଣା କରିଥିଲେ।