India: ଦାରିଦ୍ର୍ୟ ଦୂରୀକରଣ କରିବାରେ ବିଶ୍ୱରେ ରେକର୍ଡ କଲା ଭାରତ
Advertisement
Article Detail0/zeeodisha/odisha1401007

India: ଦାରିଦ୍ର୍ୟ ଦୂରୀକରଣ କରିବାରେ ବିଶ୍ୱରେ ରେକର୍ଡ କଲା ଭାରତ

Poverty in India: ଭାରତରେ କରାଯାଉଥିବା ଦାରିଦ୍ର ଦୂରୀକରଣ ଉଦ୍ୟମକୁ ପ୍ରଶଂସା କରିଛି ମିଳିତ ଜାତିସଂଘ।

India: ଦାରିଦ୍ର୍ୟ ଦୂରୀକରଣ କରିବାରେ ବିଶ୍ୱରେ ରେକର୍ଡ କଲା ଭାରତ

Poverty Alleviation in India: ଦାରିଦ୍ର୍ୟ ଦୂରୀକରଣ କରିବାରେ ବିଶ୍ୱରେ ଏକ ରେକର୍ଡ କରିଛି ଭାରତ। ଦାରିଦ୍ର୍ୟକୁ ନେଇ ଦେଶରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଦାରିଦ୍ର୍ୟ ସୂଚକାଙ୍କରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱ ଦାରିଦ୍ର୍ୟ ସୂଚକାଙ୍କ ୨୦୨୨ ଅନୁଯାୟୀ ଭାରତରେ ପ୍ରାୟ ୪୧୫ ନିୟୁତ ଅର୍ଥାତ ୪୧.୫ କୋଟି ଲୋକ ଦାରିଦ୍ର ସୀମାରୁ ଦୂରେଇ ଯାଇଛନ୍ତି। ଏହି ତଥ୍ୟ ୨୦୦୫-୦୬ ବର୍ଷରୁ ୨୦୧୯-୨୦ ବର୍ଷର ବୋଲି ଜଣାପଡ଼ିଛି। ଦାରିଦ୍ର୍ୟ ଦୂରୀକରଣ କରିବା କ୍ଷେତ୍ରରେ ଭାରତର ଏହି ସଫଳତାକୁ ଏକ ଐତିହାସିକ ପରିବର୍ତ୍ତନ ବୋଲି କହିଛି ମିଳିତ ଜାତିସଂଘ।

ହେଲେ ଗରିବୀ (Poor Pople) ସଂଖ୍ୟା ହ୍ରାସ ପାଇବା ପରେ ମଧ୍ୟ ବିଶ୍ୱର ସର୍ବାଧିକ ଗରିବ ଲୋକ ମଧ୍ୟ ଭାରତରେ ରହିଥିବା ଜଣାପଡ଼ିଛି। ମିଳିତ ଜାତିସଂଘ (United Nations Organisation) କହିଛି ଯେ ୨୦୦୫-୦୬ ବର୍ଷରୁ ୨୦୧୯-୨୦ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୪୧.୫ କୋଟି ଲୋକ ଦାରିଦ୍ର ସୀମା ରେଖାରୁ ବାହାରି ଆସିଛନ୍ତି। ଦାରିଦ୍ର୍ୟ ଦୂରୀକରଣ (Poverty Alleviation) କରିବା ପ୍ରସଙ୍ଗରେ ଏହା ଏକ ଐତିହାସିକ ପରିବର୍ତ୍ତନ। ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (United Nations Development Programme) ୟୁନଡିପି (UNDP) ଏବଂ ଅକ୍ସଫୋର୍ଡ ଦାରିଦ୍ର୍ୟ ଏବଂ ମାନବ ବିକାଶ ଉଦ୍ୟମ (Oxford Poverty and Human Development Initiative) ଓପିଏଚଆଇ (OPHI) ଦ୍ୱାରା ସୋମବାର ପ୍ରକାଶିତ ନୂତନ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (Multidimensional Poverty Index) ଏମପିଆଇ (MPI) ରେ ଭାରତରେ କରା ଯାଉଥିବା ଦାରିଦ୍ର ଦୂରୀକରଣ (Poverty Alleviation in India) ଉଦ୍ୟମକୁ ପ୍ରଶଂସା କରାଯାଇଛି।

ଏମପିଆଇ ରିପୋର୍ଟରେ ଏହି ସଫଳତାକୁ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ବର୍ଣ୍ଣନା କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଏହା ଦର୍ଶାଉଛି ଯେ ଆସନ୍ତା ୨୦୩୦ ବର୍ଷ ସୁଦ୍ଧା ଗରିବ ସଂଖ୍ୟାକୁ ଅଧା କରି ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ସମ୍ଭବ ହେବ। ଏକ ପ୍ରେସ ବିଜ୍ଞପ୍ତିରେ ଏହି ରିପୋର୍ଟର ବିବରଣୀ ପ୍ରଦାନ କରି ମିଳିତ ଜାତିସଂଘ କହିଛି ଯେ ଭାରତରେ ବିଗତ ୧୫ ବର୍ଷ ମଧ୍ୟରେ ୪୧.୧ କୋଟି ଲୋକଙ୍କୁ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ କରିବା ଏକ ଐତିହାସିକ ପରିବର୍ତ୍ତନ। ବିଶ୍ୱ ଦାରିଦ୍ର୍ୟ ସୂଚକାଙ୍କ ୨୦୨୨ (Global Poverty Index 2022) ଅନୁଯାୟୀ ଭାରତରେ ପ୍ରାୟ ୪୧୫ ନିୟୁତ ଅର୍ଥାତ ୪୧.୫ କୋଟି ଲୋକ ଦାରିଦ୍ର ସୀମାରୁ ଦୂରେଇ ଯାଇଛନ୍ତି।

Also Read: Global Hunger Index: କ୍ଷୁଧା ବ୍ୟତୀତ ଏହି ପ୍ରସଙ୍ଗରେ କ୍ରମାଗତ ଭାବେ ପଛୁଆ ରହିଛି ଭାରତର ସ୍ଥାନ

ରିପୋର୍ଟରେ କୁହାଯାଇଛି ଯେ ୨୦୨୦ ବର୍ଷର ଜନସଂଖ୍ୟା ଅନୁଯାୟୀ ୨୨.୮୯ କୋଟି ଗରିବଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ। ଅର୍ଥାତ ବିଶ୍ୱର ସର୍ବାଧିକ ଗରିବ ଲୋକ ମଧ୍ୟ ଭାରତରେ ରହିଥିବା ଜଣାପଡ଼ିଛି। ୯.୬୭ କୋଟି ଗରିବଙ୍କ ସହ ଭାରତ ପରେ ନାଇଜେରିଆ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଅତୁଳନୀୟ ସଫଳତା ସତ୍ତ୍ୱେ ୨୦୧୯-୨୧ ବର୍ଷର ଏହି ୨୨.୮୯ କୋଟି ଗରିବ ଲୋକଙ୍କୁ ଦାରିଦ୍ର୍ୟତାରୁ ମୁକ୍ତ କରିବା ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ। ଆମକୁ ମଧ୍ୟ ମନେ ରଖିବାକୁ ହେବ ଯେ ତଥ୍ୟ ସଂଗ୍ରହ ହେବା ପରେ ଏହି ସଂଖ୍ୟା ନିଶ୍ଚିତ ଭାବରେ ବୃଦ୍ଧି ପାଉଛି।