IND vs SA T20I: ଏକାଧିକ ରେକର୍ଡ ସହ ଭାରତ ଜିତିଲା ଦ.ଆଫ୍ରିକା ବିପକ୍ଷ ସିରିଜ୍, କିନ୍ତୁ ଉଠିଲା ଏହି ବଡ଼ ପ୍ରଶ୍ନ
Advertisement
Article Detail0/zeeodisha/odisha1377846

IND vs SA T20I: ଏକାଧିକ ରେକର୍ଡ ସହ ଭାରତ ଜିତିଲା ଦ.ଆଫ୍ରିକା ବିପକ୍ଷ ସିରିଜ୍, କିନ୍ତୁ ଉଠିଲା ଏହି ବଡ଼ ପ୍ରଶ୍ନ

IND vs SA T20I: ଅନ୍ତର୍ଜାତୀୟ ଟି-୨୦ରେ ଭାରତ ସର୍ବାଧିକ ବାଉଣ୍ଡରି କରିବାରେ ରେକର୍ଡ ହାସଲ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୩୮ଟି ବାଉଣ୍ଡରି ହୋଇଛି। ଏଥିରେ ୨୫ଟି ଚୌକା ଓ ୧୩ଟି ଛକା ଅଛି। ଏହା ଟି-୨୦ରେ ଭାରତର ଦ୍ୱିତୀୟ ସର୍ବାଧିକ ବାଉଣ୍ଡରୀ। ସେହିପରି ସୂର୍ଯ୍ୟକୁମାର ଦ୍ରୁତତମ ୧୦୦୦ ରନ କରିବାର ରେକର୍ଡ କରିଛନ୍ତି।

 IND vs SA T20I: ଏକାଧିକ ରେକର୍ଡ ସହ ଭାରତ ଜିତିଲା ଦ.ଆଫ୍ରିକା ବିପକ୍ଷ ସିରିଜ୍, କିନ୍ତୁ ଉଠିଲା ଏହି ବଡ଼ ପ୍ରଶ୍ନ

IND vs SA T20I: ରବିବାର ଗୌହାଟୀରେ ରନ୍ ବର୍ଷା ହୋଇଛି। ଘରୋଇ ଗ୍ରାଉଣ୍ଡରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦କୁ ୧୬ ରନରେ ଜିତିଛି। ମିଲରଙ୍କ ବସ୍ଫୋରକ ଶତକ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ହାତରୁ ଟି-୨୦ ସିରିଜ ଯାଇଛି। ଏହି ଗୌହାଟୀ ମ୍ୟାଚରେ ଭାରତୀୟ ଖେଳାଳିମାନେ ଅନେକ ରେକର୍ଡ କରିଛନ୍ତି। କିନ୍ତୁ ଏହି ସମୟରେ ଅନେକ ଅଭିଯୋଗ ଆସିଛି। ଦ୍ୱତୀୟ ଦିନିକିଆର ଆୟୋଜନକୁ ନେଇ ଏବେ ପ୍ରଶ୍ନ ଉଠିଛି। 

ଭାରତ-ଦ.ଆଫ୍ରିକା ଦ୍ୱତୀୟ ଟି-୨୦ ମ୍ୟାଚରେ ଦୁଇ ଦୁଇଥର ବାଧା ସୃଷ୍ଟି ହୋଇଛି। ଭାରତର ବ୍ୟାଟିଂ ସମୟରେ ପଡ଼ିଆରେ ସାପ ପ୍ରବେଶ କରିଥିଲା। ଫଳରେ କିଛି ସମୟ ପାଇଁ ଖେଳ ପ୍ରଭାବିତ ହୋଇଥିଲା। ପରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ସମୟରେ ଲାଇଟ୍ ବନ୍ଦ ହୋଇଯାଇଥିଲା। ଏକ ଆନ୍ତର୍ଜାତୀୟ ମ୍ୟାଚ୍ ସମୟରେ ଫ୍ଲଡ ଲାଇଟର ବିଫଳତା ଆୟୋଜକଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଦ୍ୱିତୀୟ ଇନିଂସରେ ଦୀପକ ଚହର ତୃତୀୟ ଓଭର ବୋଲିଂ କରୁଥିଲେ। ସେ ଗୋଟିଏ ବଲ ପକାଇବା ପରେ ପଡ଼ିଆର ଏକ ଅଂଶ ଅନ୍ଧକାରମୟ ଥିଲା। ଟାୱାରର ଗୋଟିଏ ଭାଗର ଲାଇଟ୍ ଲିଭି ଯାଇଥିଲା, ଫଳରେ ୧୫ ମିନିଟ ଖେଳ ନଷ୍ଟ ହୋଇଗଲା।

Also Read: IND v SA ODI Series: ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ଏହି ଅଭିଜ୍ଞ ଖେଳାଳିଙ୍କୁ ମିଳିଲା ସୁଯୋଗ

ଭାରତର ବ୍ୟାଟିଂ ସମୟରେ ପଡିଆ ମଧ୍ୟକୁ ଏକ ସାପ ପଶି ଆସିଥିଲା। ଯାହା ପରେ ଖେଳ କିଛି ସମୟ ପାଇଁ ବନ୍ଦ ହୋଇଗଲା। ସପଟି ଦୃତ ଗତିରେ ପଡିଆ ମଧ୍ୟରେ ବୁଲୁଥିଲା। ଖେଳାଳିମାନେ ସାପକୁ ଦେଖି ଭୟଭୀତ ହୋଇଯାଇଥିଲେ। ପରେ ସାପକୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଏଥିପାଇଁ ମଧ୍ୟ ଆୟୋଜକଙ୍କୁ କିଛି ସମୟ ପାଇଁ ଖେଳ ଅଟକାଇବାକୁ ପଡିଥିଲା। ତେବେ ଖେଳ ମଝିରେ ଦୁଇ ଦୁଇ ଥର ବ୍ୟତିକ୍ରମ ହେବାରୁ ଖେଳାଳିଙ୍କ ମନ ଅସ୍ଥିର ହୋଇଯାଇଥିଲା। ଯାହାର ପ୍ରଭାବ ସେମାନଙ୍କ ପ୍ରଦର୍ଶନ ଉପରେ ପଡିଛି ବୋଲି ଖେଳପ୍ରେମୀମାନେ ମତ ଦେଇଛନ୍ତି।

ରବିବାର ମ୍ୟଚରେ ଭାରତୀୟ ଖେଳାଳିମାନେ ଏକାଧିକ ରେକର୍ଡ କରିଛନ୍ତି। ଟସ୍ ଜିତି ଦ.ଆଫ୍ରିକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୩ ୱିକେଟ ବିନିମୟରେ ୨୩୭ ରନ କରିଥିଲା। ଏହାକୁ ପିଛା କରି ଭମ୍ରଣକାରୀ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୨୨୧ ରନ କରିବାରେ ସଫଳ ହୋଇଥିଲା। ଡେଭିଡ ମିଲର ୧୦୬ ରନ କରିବା ସତ୍ତ୍ୱେ ଦଳ ହାତରୁ ମ୍ୟାଚ ସହ ସିରିଜ ମଧ୍ୟ ଯାଇଛି। ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ସର୍ବାଧିକ ୧୫ ଥର ଅର୍ଦ୍ଧ ଶତକ କରିଛନ୍ତି। ସୂର୍ଯ୍ୟକୁମାର ଓ କୋହଲି ଦ୍ରୁତତମ ଶତକ ଭାଗୀଦାରି କରିଛନ୍ତି। ସେମାନେ ୪୨ ବଲରେ ୧୦୨ ରନ କରିଛନ୍ତି।

Also Read: ଟି-20 ବିଶ୍ୱକପରେ ଖେଳିବ ନାହିଁ ଦୁନିଆର ୫ ଖତରନାକ୍ ଖେଳାଳି, ଭାରତ ସମେତ ଏସବୁ ଦେଶକୁ ହେବ କ୍ଷତି

ଏହା ବ୍ୟତୀତ ଅନ୍ତର୍ଜାତୀୟ ଟି-୨୦ରେ ଭାରତ ସର୍ବାଧିକ ବାଉଣ୍ଡରି କରିବାରେ ରେକର୍ଡ ହାସଲ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୩୮ଟି ବାଉଣ୍ଡରି ହୋଇଛି। ଏଥିରେ ୨୫ଟି ଚୌକା ଓ ୧୩ଟି ଛକା ଅଛି। ଏହା ଟି-୨୦ରେ ଭାରତର ଦ୍ୱିତୀୟ ସର୍ବାଧିକ ବାଉଣ୍ଡରୀ। ସେହିପରି ସୂର୍ଯ୍ୟକୁମାର ଦ୍ରୁତତମ ୧୦୦୦ ରନ କରିବାର ରେକର୍ଡ କରିଛନ୍ତି। ସେ ୧୭୪ ଷ୍ଟ୍ରାଇକ ରେଟ ସହ ୫୭୩ ବଲରେ ହଜାର ରନ ପୂରଣ କରିଛନ୍ତି। ପୂର୍ବରୁ ମ୍ୟାକ୍ସୱେଲ ୬୦୪, ମୁନରୋ ୬୩୫ ବଲରେ ଏହି କୀର୍ତ୍ତିମାନ କରିଥିଲେ।