India vs England: ଭାରତ ଆଗରେ ୩୦୫ ରନର ଟାର୍ଗେଟ, ଗେଲ୍‌ଙ୍କୁ ଟପିଲେ ରୋହିତ
Advertisement
Article Detail0/zeeodisha/odisha2639409

India vs England: ଭାରତ ଆଗରେ ୩୦୫ ରନର ଟାର୍ଗେଟ, ଗେଲ୍‌ଙ୍କୁ ଟପିଲେ ରୋହିତ

ବାରବାଟୀ ବିଜୟ ପାଇଁ ଭାରତ ଆଗରେ ଲକ୍ଷ୍ୟ ରହିଛି ୩୦୫ ରନ୍ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୦୪ ରନ୍‌ରେ ସୀମିତ ରହିଛି । ୪୯.୫ ଓଭରରେ ଇଂଲଣ୍ଡ ୩୦୪ ରନ୍‌ କରି ଅଲଆଉଟ୍‌ ହୋଇଛି ।

India vs England: ଭାରତ ଆଗରେ ୩୦୫ ରନର ଟାର୍ଗେଟ, ଗେଲ୍‌ଙ୍କୁ ଟପିଲେ ରୋହିତ

Cricket News: ODI ଦିନିକିଆରେ କ୍ରିସ୍‌ ଗେଲ୍‌ଙ୍କୁ ଟପିଛନ୍ତି ରୋହିତ ଶର୍ମା । ଗେଲ୍‌ଙ୍କ ନାଁରେ ଥିବା ୩୩୧ ଛକା ରେକର୍ଡକୁ ଭାଙ୍ଗିଛନ୍ତି । ବାରବାଟୀରେ ୩ଟି ଛକା ମାରି ୩୩୩ରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି । ଓଡିଆଇରେ ୩୫୧ ଛକା ମାରି ନଂ ୱାନ୍‌ରେ ଅଛନ୍ତି ଆଫ୍ରିଦି । ସେହିପରି ପେସ୍‌ ବାହିନୀକୁ ପଛରେ ପକାଇବାରେ ସକ୍ଷମ ହୋଇଛନ୍ତି ସ୍ପିନର । ଇଂଲଣ୍ଡ ବିପକ୍ଷ ଆଜିର ମ୍ୟାଚରେ ସ୍ପିନରଙ୍କୁ ବେଶୀ ସଫଳତା ମିଳିଛି । ୨୬ ଓଭରରେ ୧୨୧ ରନ୍‌ ଦେଇ ୪ ୱିକେଟ ପାଇଛନ୍ତି ସ୍ପିନର । ସ୍ପିନରଙ୍କ ଓଭର ପିଛା ରନ୍‌ ବ୍ୟୟ ହାର ମାତ୍ର ୪.୬୫ ରହିଛି । ୨୩.୫ ଓଭରରେ ପେସର୍‌ ୩ ଓିକେଟ ନେଇ ଦେଇଛନ୍ତି ୧୮୧ ରନ୍‌ । ପେସର୍‌ଙ୍କ ଓଭର ପିଛା ରନ୍‌ ବ୍ୟୟ ହାର ୭.୫୯ ରହିଛି ।

ବାରବାଟୀ ବିଜୟ ପାଇଁ ଭାରତ ଆଗରେ ଲକ୍ଷ୍ୟ ରହିଛି ୩୦୫ ରନ୍ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୦୪ ରନ୍‌ରେ ସୀମିତ ରହିଛି । ୪୯.୫ ଓଭରରେ ଇଂଲଣ୍ଡ ୩୦୪ ରନ୍‌ କରି ଅଲଆଉଟ୍‌ ହୋଇଛି । ସଫଳ ବୋଲର ରବୀନ୍ଦ୍ର ଜାଡେଜା ୩/୩୫ ଏବଂ ସାମି, ହର୍ଷିତ, ହାର୍ଦ୍ଦିକ, ବରୁଣଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଇଂଲଣ୍ଡ ପକ୍ଷରୁ ଡକେଟ୍‌ ୬୫, ରୁଟ୍‌ଙ୍କ ୬୯ ରନ୍‌ ସଂଗ୍ରହ କରିଛନ୍ତି ।

ଅନ୍ୟପଟେ, ଭାରତ କିପରି ପ୍ରଦର୍ଶନ କରିବ ସେନେଇ କ୍ରିକେଟପ୍ରେମୀଙ୍କ ମନରେ ଅହେତୁକ ଉତ୍କଣ୍ଠା ଦେଖିବାକୁ ମିଳିଛି । ଜଣେ ଫ୍ୟାନ ଆକଳନ କରି କହିଛନ୍ତି ଯେ, 100% ଆଜି ବିରାଟ କୋହଲି ଓ ରୋହିତ ଶର୍ମା ଶତକ ମାରିବେ। 

Also Read- ବର୍ଷିଆନ କଳାକାର ଉତ୍ତମ ମହାନ୍ତିଙ୍କୁ ନେଇ ଆରମ୍ଭ ହେଲା ରାଜନୀତି, BJP VS BJD

Also Read- Jollywood News: କଳାକାର ପଇସା ପାଇଁ ବି ବିକ୍ରି ହୁଅନ୍ତି: ଗୌର ଦାସ !