Odisha News: ମାର୍ଗଶିର ଗୁରୁବାର ପାଇଁ ମହକୁଛି ଗାଁ ଦାଣ୍ଡ
Advertisement
Article Detail0/zeeodisha/odisha1975268

Odisha News: ମାର୍ଗଶିର ଗୁରୁବାର ପାଇଁ ମହକୁଛି ଗାଁ ଦାଣ୍ଡ

କେନ୍ଦୁଝର: ଆଜି ହେଉଛି ପବିତ୍ର ମାଣବସା, ପ୍ରତିବର୍ଷ ଭଳି ଚଳିତ ବର୍ଷ ମାର୍ଗଶିର ମାସ ପ୍ରଥମ ଗୁରୁବାର ମାଣବସା ପାଳନ କରାଯାଇଛି। ମାର୍ଗଶିର ମାସର ପ୍ରଥମ ଗୁରୁବାର ଠାରୁ ଶେଷ ଗୁରୁବାର ଯାଏ ମା ଲଷ୍ମୀଙ୍କର ଏହି ପୂଜା ପ୍ରତେକ ଓଡିଆଙ୍କ ଘରେ ପାଳନ କରାଯାଇଥାଏ।ପ୍ରତ୍ୟେକ ଓଡିଆଣୀ ଘରର କୁଳବଧୁ ମାନେ ଖୁବ୍ ଧୁମଧାମରେ ପାଳନ କରିଥାନ୍ତି । ମା ଲଷ୍ମୀଙ

Odisha News: ମାର୍ଗଶିର ଗୁରୁବାର ପାଇଁ ମହକୁଛି ଗାଁ ଦାଣ୍ଡ

Keonjhar News: କେନ୍ଦୁଝର: ଆଜି ହେଉଛି ପବିତ୍ର ମାଣବସା, ପ୍ରତିବର୍ଷ ଭଳି ଚଳିତ ବର୍ଷ ମାର୍ଗଶିର ମାସ ପ୍ରଥମ ଗୁରୁବାର ମାଣବସା ପାଳନ କରାଯାଇଛି। ମାର୍ଗଶିର ମାସର ପ୍ରଥମ ଗୁରୁବାର ଠାରୁ ଶେଷ ଗୁରୁବାର ଯାଏ ମା ଲଷ୍ମୀଙ୍କର ଏହି ପୂଜା ପ୍ରତେକ ଓଡିଆଙ୍କ ଘରେ ପାଳନ କରାଯାଇଥାଏ।ପ୍ରତ୍ୟେକ ଓଡିଆଣୀ ଘରର କୁଳବଧୁ ମାନେ ଖୁବ୍ ଧୁମଧାମରେ ପାଳନ କରିଥାନ୍ତି । ମା ଲଷ୍ମୀଙ୍କର ପୂଜା ହେଉଛି ପ୍ରତ୍ୟେକ ଓଡିଆଙ୍କ ନିଜସ୍ୱ ପର୍ବ।ଏହି ପର୍ବରେ କୌଣସି ଜାତିଭେଦ ନଥାଏ। ପ୍ରତିଟି ଓଡିଆଙ୍କ ଘରେ ଘରେ ଏଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରି ମା ଲଷ୍ମୀଙ୍କୁ ଆବାହାନ କରିଥାନ୍ତି । ପରିବାରକୁ ଦୁଖଃ ଦାରିଦ୍ର୍ୟତା ରୁ ରକ୍ଷା କରିବା ଲାଗି ମା ଲଷ୍ମୀଙ୍କୁ ପୂଜା କରିଥାନ୍ତି ପ୍ରତେକ ଓଡିଆଣୀ।

ମା ଲାଷ୍ମୀଙ୍କ ମାଣବସା ଓଷା ପାଇଁ ପୁର୍ବଦିନ ରାତ୍ରିରୁ ଉଠୁ ଘରଦ୍ୱାର ଲିପାପୋଛା କରି ନୁଆ ଚାଉଳ ପିଠଉରେ ଝୋଟି ଓ ଲଷ୍ମୀପାଦ ଆଙ୍କିଥାନ୍ତି ।ଗୁରୁବାର ଭୋରୁ ଗୃହିଣୀ ମାନେ ଉଠି ସ୍ନାନ କରି ମା ଲାଷ୍ମୀଙ୍କପୂଜାର୍ଚ୍ଚନା କରିଥାନ୍ତି।ତା ପରେ ମା ଲଷ୍ମୀଙ୍କ ସମସ୍ତ ରୀତିନୀତି ଅନୁସାରେ ପୂଜା ପାଠ କରାଯାଇଥାଏ।ଏହି ପୂଜା ପାଇଁ କୈଣସି ବ୍ରାହ୍ମଣମାନଙ୍କ ଆବଶ୍ୟକତା ନଥାଏ ଏହାକୁ ମହିଳାମାନେ କରିଥାନ୍ତି। 

ଏଇ ପୂଜାରେ ମାଙ୍କ ଲାଗି ପଞ୍ଚାମ୍ବୃତ ପିଠା ଦହିକଢି ଆଦି ଭୋଗଲାଗି ହୁଏ। ଏହି ପୂଜା କେଉଁ ଆବହମାନ କାଳରୁ ପ୍ରଥା ପରମ୍ପରା ଅନୁସାରେ ପ୍ରତିଟି ଓଡିଆଙ୍କ ଘରେ ଘରେ ମା' ଲଷ୍ମୀଙ୍କୁ ଆରାଧନା କରିଥାନ୍ତି। ବର୍ଷକରେ ଥରେ ମା'ଙ୍କ ପୂଜା କଲେ ପରିବାରର ସୁଖ ସମ୍ପତ୍ତି ମିଳିବା ସହ ପରିବାରର ଧନଧାନ୍ୟ ଅଭାବ ରହିନଥାଏ ବୋଲି ପ୍ରବାଦ ରହିଛି। ଏଣୁ ଏଇ ପୂଜା ଓଡିଆଙ୍କର ଏକ ଗଣପର୍ବ ଭାବେ ପାଳନ କରାଯାଇଥାଏ ।ଏଣୁ ଆଜି ଏଇ ପୂଜା ପାଇଁ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର ହୋଇଛି । ମାସ ଭିତରେ ସାର ଏଇ ମାର୍ଗସିର ମାଷ ଏଇ ଅବସରରେ ଗାଁ ଠୁ ସହର ସବୁଠାରେ ମା ଲଷ୍ମୀଙ୍କ ପୂଜା ଖୁବ୍ ଧୁମଧାମରେ ପାଳନ କରୁଛନ୍ତି ପ୍ରତ୍ୟେକ ଓଡିଆ ଘରର କୁଳବଧୁ ।