Budget Session 2025: ଆଜି ଠୁ ରାଜ୍ୟ ବଜେଟ ଅଧିବେସନ, ଆଉ କିଛି ସମୟ ପରେ ଗୃହକୁ ଅଭିଭାଷଣ ରଖିବେ ରାଜ୍ୟପାଳ
Advertisement
Article Detail0/zeeodisha/odisha2644139

Budget Session 2025: ଆଜି ଠୁ ରାଜ୍ୟ ବଜେଟ ଅଧିବେସନ, ଆଉ କିଛି ସମୟ ପରେ ଗୃହକୁ ଅଭିଭାଷଣ ରଖିବେ ରାଜ୍ୟପାଳ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ। ଆଜି ପ୍ରଥମ ଦିନରେ ରାଜ୍ୟକୁ ସମ୍ବୋଧନ କରିବେ ରାଜ୍ୟପାଳ ଡ. ହରିବାବୁ କୁମ୍ଭମପତି। ତେବେ ଆଜି ଗୃହ କାର୍ଯ୍ୟ ସମ୍ପର୍କରେ ଟିକିନିଖ ଖବର ଦେବାକୁ ଆମେ ପ୍ରୟାସ କରିବୁ। ଏଥିପାଇଁ ଆପଣ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

Budget Session 2025: ଆଜି ଠୁ ରାଜ୍ୟ ବଜେଟ ଅଧିବେସନ, ଆଉ କିଛି ସମୟ ପରେ ଗୃହକୁ ଅଭିଭାଷଣ ରଖିବେ ରାଜ୍ୟପାଳ
LIVE Blog

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ। ଆଜି ପ୍ରଥମ ଦିନରେ ରାଜ୍ୟକୁ ସମ୍ବୋଧନ କରିବେ ରାଜ୍ୟପାଳ ଡ. ହରିବାବୁ କୁମ୍ଭମପତି। ତେବେ ଆଜି ଗୃହ କାର୍ଯ୍ୟ ସମ୍ପର୍କରେ ଟିକିନିଖ ଖବର ଦେବାକୁ ଆମେ ପ୍ରୟାସ କରିବୁ। ଏଥିପାଇଁ ଆପଣ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

13 February 2025
12:16 PM

Budget Session 2025: ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ
ନିପୁଣ ଓଡିଶା ଯୋଜନା ଆରମ୍ଭ କରାଯାଇଛି। ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ୫ ହଜାର ଦିଆଯାଉଛି। 

12:12 PM

Budget Session 2025: ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ
ଜାତୀୟ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି। ନିପୁଣ ଓଡ଼ିଶା ମିଶନର ଶୁଭାରମ୍ଭ କରାଯାଇଛି। ରାଜ୍ୟର ୬୧୬୯୩ ସ୍କୁଲର ୭୭ ଲକ୍ଷ ପିଲା ଉପକୃତ ହେବେ। ପିଏମ ସ୍କୁଲ ଫର ରାଇଜିଂ ଇଣ୍ଡିଆ କାର୍ଯ୍ୟକାରୀ ହେବ। 

11:56 AM

Budget Session 2025: ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ
୨୦୨୫-୨6 ବର୍ଷରେ ନାମ ଲେଖା ହେବ। କୋରାପୁଟରେ ନୂତନ ନର୍ସିଂ କଲେଜର ଶିଳାନ୍ୟାସ। ମାଲକାନଗିରି, ମୟୂରଭଞ୍ଜ ଓ ବଲାଙ୍ଗୀରରେ ଡେକେୟାର ପିଏଚସି। ତାଳଚେର ଓ ଫୁଲବାଣୀରେ ଆରମ୍ଭ ହେବ ମେଡିକାଲ ପାଠପଢା।

11:55 AM

Budget Session 2025: ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ
ରାଜ୍ୟରେ ମୁଣ୍ଡ ପିଛା ବିଦ୍ୟୁତ ବ୍ୟବହାର ବୃଦ୍ଧି ପାଇଛି। 

11:53 AM

Budget Session 2025: ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ
୨୪ ଘଣ୍ଟା ବିଦ୍ୟୁତ ସେବାକୁ ଗୁରୁତ୍ତ୍ୱ। ଓଡ଼ିଶାରେ ଏବେ ବିଜୁଳି ବଳକା ରହୁଛି। ଆଗାମୀ ବର୍ଷ ଗୁଡିକରେ ମଧ୍ୟ ଏହା ବଳକା ରହିବ। ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ପାଇଁ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ। 

11:45 AM

Budget Session 2025: ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ
ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି। ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ଅନୁକମ୍ପା ରାଶିକୁ ବୃଦ୍ଧି କରାଯାଇଛି। ୪ ରୁ ୬ ଲକ୍ଷକୁ ବୃଦ୍ଧି କରିଛନ୍ତି ସରକାର। ବରିଷ୍ଠ ନାଗରିକଙ୍କ ପାଇଁ ଅବଦାନ ଓ କିନ୍ନରଙ୍କ ପାଇଁ ସ୍ୱୀକୃତି ଯୋଜନା ଲାଗୁ କରିଛନ୍ତି। ଭିକ୍ଷୁକ ଓ ନିରାଶ୍ରୟଙ୍କ ପାଇଁ ସହାୟ ଯୋଜନା ଲାଗୁ ହୋଇଛି। 

11:43 AM

Budget Session 2025: ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ
ଦିବ୍ୟାଙ୍କଙ୍କ ଶିକ୍ଷା ଓ ସଶକ୍ତିକରଣ କରିବା ଉପରେ ମୋ ସରକାର ଧ୍ୟାନ ଦେଉଛି। ୨୯୨୩୩ ଦିବ୍ୟାଙ୍କ ଛାତ୍ରଛାତ୍ରୀଙ୍କୁ ବାଣିଶ୍ରୀ ବୃତ୍ତି ଭତ୍ତା ପ୍ରଦାନ କରାଯାଉଛି। ସ୍ନାତକ ଓ ଉଚ୍ଚ ଶିକ୍ଷା ପଢୁଥିବା ଛାତ୍ରଛାତ୍ରୀଙ୍କୁ ଲାପଟପ ଦିଆଯାଉଛି। ୩୩୪୯ ଦିବ୍ୟାଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଛି। 

11:41 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ବିଧବାଙ୍କ ପାଇଁ ମଧ୍ୟ ଭତ୍ତା ବ୍ୟବସ୍ଥା କରାଯାଇଛି। ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଛି। ୨୦୨୫ରୁ ଜାନୁଆରୀରୁ ବାର୍ଦ୍ଧକ୍ୟ ଭତ୍ତା ବଢିଛି। ମଧୁବାବୁ ପେନସନ ଯୋଜନାରେ କୋରୋନାରେ ଅନାଥ ଶିଶୁଙ୍କୁ ସାମିଲ କରାଯାଇଛି। ସାମାଜିକ ସୁରକ୍ଷା ପେନସନ ଯୋଜନାରେ ୫୭ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଛି। 

11:39 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ଆମ କୁନିପିଲା ଯୋଜନାରେ ମଧ୍ୟ ପିଲାଙ୍କ ବୋଧଶକ୍ତି ବୃଦ୍ଧି ଉପରେ ଧ୍ୟାନ ଦିଆଯାଉଛି। ପ୍ରାକ ବିଦ୍ୟାଳୟ ପିଲାଙ୍କୁ ସ୍କୁଲ ୟୁନିଫର୍ମ ପ୍ରଦାନ କରାଯାଉଛି। 

11:35 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣରେ ଉନ୍ନତି ପାଇଁ ସରକାର ପ୍ରତିଶୃତି ବଦ୍ଧ। ୪୬ ଲକ୍ଷ ହିତାଧିକାରୀଙ୍କୁ ଦିଆଯାଉଛି ପୁଷ୍ଟିକର ଖାଦ୍ୟଯ। ଶିଶୁ, ଗର୍ଭବତୀ, ଓ ପ୍ରସୂତୀଙ୍କୁ ଦିଆଯାଉଛି। ପୁଷ୍ଟିକର ଖାଦ୍ୟ। ପଡ଼ାପୁଷ୍ଟି କାର୍ଯ୍ୟକ୍ରମ ଦୁର୍ଗମ ଗାଁରେ ପହଞ୍ଚାଯାଉଛି। ପୂର୍ଣ୍ଣ ଆହାର କାର୍ଯ୍ୟକ୍ରମକୁ ଗୁରୁତର ସହ ନେଉଛନ୍ତି ସରକାର। କୁପୋଷଣର ଶିକାର ଶିଶୁଙ୍କ ଆରୋଗ୍ୟ ହାର ୭୯ ପ୍ରତିଶତ ରହିଛି। 

11:32 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶ
ଲକ୍ଷପତି ଯୋଜନାରେ ମହିଳାଙ୍କୁ ସଶକ୍ତ କରାଯିବ। ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳା ସଶକ୍ତ ହେବେ। ୨୦୨୪-୨୫ରେ ୧୦ ଲକ୍ଷ ମହିଳାଙ୍କୁ ତାଲିମ ଦିଆଯିବ।

11:31 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ।

11:30 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ରାଜ୍ୟର ବିଭିନ୍ନ ସହରରେ ଚାଲିବ ୪୦୦ ଇବସ। ପ୍ରଧାନ ମନ୍ତ୍ରୀ ଇ-ବସ ଯୋଜନାରେ ଚାଲିବ ଏହି ବସ। 

11:26 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
୮୦୦ ଟଙ୍କାରେ ଇନପୁଟ ସହାୟତା ରାଶି ଦିଆଯାଇଛି। ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ନିଯୁକ୍ତି ଦିଆଯିବ। ୨୦୨୪-୨୫ରେ ୨୪ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ଦିଆଯାଇଛଇ। ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୁରଣ ହେବ। ଆସନ୍ତା ୨ ବର୍ଷରେ ବୟନ ଶିଳ୍ପରେ ୫୦ ହଜାର ନିଯୁକ୍ତି ସୃଷ୍ଟି ହେବ। 

11:23 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ଜୀବିକା ପାଇଁ ନୂଆ ପୋଖରୀ ଖନନ କରାଯାଉଛି।  ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଋଣ ପ୍ରଦାନ କରାଯାଉଛି। ମାଛ ଚାଷ ପାଇଁ ପୋଖରୀ ଖୋଳା ଯୋଜନା ଜାରି ରହିଛି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ଉପରେ ଫୋକସ। 

11:15 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ପ୍ରୋତ୍ସାହିତ। ସୁଭଦ୍ରା ଯୋଜନାରେ କୋଟିରୁ ଅଧିକ ମହିଳା ଉପକୃତ। ଧାନର ଏମଏସପି ବଢିଛି। 

11:14 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ଓଡ଼ିଶା ଅସ୍ମିତା ଦିଗରେ ମୋ ସରକାର କାର୍ଯ୍ୟ କରୁଛି। ୨୦୪୭ ସୁଦ୍ଧା ଭାରତର ପ୍ରଗତିରେ ଓଡ଼ିଶାର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ ରହିଛି। 

11:11 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ମୋ ସରକାର ଧାରନ ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛି। ଗରିବ, ଯୁବ, ନାରୀଶକ୍ତିର ଉନ୍ନତି ମୋ ସରକାରର ମୂଳ ଫୋକସ। ଓଡ଼ିଶା ଅସ୍ମିତାକୁ ଫେରାଇ ଆଣିବାକୁ ପ୍ରୟାସ ହୋଇଚି। ଉତ୍କର୍ଷ ଓଡ଼ିଶା ସଫଳତାର ସହ ଆୟୋଜନ ହୋଇଛି। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିଛୁ। ପ୍ରବାସୀ ଭାରତୀୟ ଓଡ଼ିଶାରେ ହୋଇଛି। 

11:09 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ରାଜ୍ୟପାଳ। ଓଡ଼ିଶାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୁର ପ୍ରଶଂସା କରିଛନ୍ତି ରାଜ୍ୟପାଳ। ଖଣିଜ ସମ୍ପଦରେ ଭରପୂର ଓଡ଼ିଶା। ଐତିହ୍ୟ, କୀର୍ତ୍ତିରାଜୀ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା। 

11:08 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହ, ସମୀର ଦେ, ସୁରେନ୍ଦ୍ର ମୋହନ ମାଝୀ, ମକରଧ୍ୱଜ ପ୍ରଧାନ, ନିରଞ୍ଜନ ମାଝିଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ରାଜ୍ୟପାଳ। 

11:07 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ଗୃହକୁ ବାଚସ୍ପତିଙ୍କ ସହିତ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କଲେ ରାଜ୍ୟପାଳ। ଏହା ସହିତ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ। 

11:06 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ଆରମ୍ଭ ହେଲା ବଜେଟ ଅଧିବେଶନ। ଗୃହରେ ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ। ଜୟ ଜଗନ୍ନାଥ କରି ଆରମ୍ଭ କଲେ ଅଭିଭାଷଣ। 

11:00 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ବିଧାନସଭା ପରିସରରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ପ୍ରଦାନ। କିଛି ସମୟ ପରେ ଆରମ୍ଭ ହେବ ବଜେଟ ଅଧିବେଶନ। 

 

10:59 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ବିଧାନସଭା ପରିସରରେ ରାଜ୍ୟପାଳ ଡ. ହରିବାବୁ କୁମ୍ଭମପତିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ। 

10:48 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
କିଛି ସମୟ ମଧ୍ୟରେ ପହଞ୍ଚିବେ ରାଜ୍ୟପାଳ ଡ. ହରିବାବୁ କୁମ୍ଭମପତି। ଗୃହରେ ଅଭିଭାଷଣ କରିବେ ରାଜ୍ୟପାଳ।

10:47 AM

Budget Session 2025: ଆରମ୍ଭ ହେଲା ରାଜ୍ୟ ବଜେଟ ଅଧିବେଶନ
ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ଅଧିବେଶନ। କାର୍ଯ୍ୟ ଆରମ୍ଭ ପୂର୍ବରୁ ଗୃହରେ ପହଞ୍ଚିଲେ ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ନେତୃବୃନ୍ଦ। 

10:46 AM

ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟ ବଜେଟ ଅଧିବେଶନ। ଏହି ଅଧିବେଶନରେ ମୋହନ ସରକାରଙ୍କ ପୁର୍ଣ୍ଣାଙ୍ଗ ବଜେଟ ଆସିବାକୁ ଯାଉଛି। ଏହି ଅଧିବେଶନର ପ୍ରଥମ ଦିନରେ ଗୃହକୁ ଅଭିଭାଷଣ ରଖିବେ ରାଜ୍ୟପାଳ ଡ. ହରିବାବୁ କୁମ୍ଭମପତି। ତେବେ ଏହି ଅଧିବେଶନର ଟିକିନିଖି ଖବର ଦେବାକୁ ପ୍ରୟାସ କରିବୁ। ଟିକିନିଖି ଖବର ଜାଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।