Asia Cup: ଅଷ୍ଟମ ଥର ପାଇଁ ଫାଇନାଲରେ ଭାରତ, ଇତିହାସ ରଚିବା ଠାରୁ ମାତ୍ର ପାଦେ ଦୂରରେ
Advertisement
Article Detail0/zeeodisha/odisha1393455

Asia Cup: ଅଷ୍ଟମ ଥର ପାଇଁ ଫାଇନାଲରେ ଭାରତ, ଇତିହାସ ରଚିବା ଠାରୁ ମାତ୍ର ପାଦେ ଦୂରରେ

ପ୍ରଥମ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ୱିକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲା। ଜବାବରେ ଟାର୍ଗେଟକୁ ପିଛା କରି ଥାଇଲାଣ୍ଡ ୯ ଓ୍ୱିକେଟ ହରାଇ ମାତ୍ର ୭୪ ରନ କରିଥିଲା। ଶେଫାଳି ବର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। 

Asia Cup: ଅଷ୍ଟମ ଥର ପାଇଁ ଫାଇନାଲରେ ଭାରତ, ଇତିହାସ ରଚିବା ଠାରୁ ମାତ୍ର ପାଦେ ଦୂରରେ

Asia Cup:  ନୂଆଦିଲ୍ଲୀ: ଚଳିତ ଏସିଆ କପର (Asia Cup) ଫାଇନାଲରେ (Final) ପ୍ରବେଶ କରିଛି ଭାରତ। ଏହା ସହିତ ଅଷ୍ଟମ ଥର ପାଇଁ ଏସିଆ କପ ଫାଇନାଲରେ (Asia Cup Final) ପ୍ରବେଶ କରିଛି ଭାରତ। ଗୁରୁବାର ଖେଳାଯାଇଥିବା ମହିଳା ଏସିଆ କପର ସେମିଫାଇନାଲରେ (Asia Cup Semifinal) ଥାଇଲାଣ୍ଡକୁ (Thailand) ୭୪ରନରେ ପରାସ୍ତ କରିଥିଲା ଭାରତ (India)। ଏହା ସହିତ ଦଳ ଫାଇନାଲରେ ପ୍ରବେଶ କରିଥିଲା। ଏହା ପୂର୍ବରୁ ଭାରତ ୭ ଥର ଫାଇନାଲ ଖେଳି ୬ ଥର ନିଜ ନାଁରେ ଟାଇଟଲକୁ ହାସଲ କରିନେଇଥିଲା। 

ଥାଇଲାଣ୍ଡ (Thailand) ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ୱିକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲା। ଜବାବରେ ଟାର୍ଗେଟକୁ ପିଛା କରି ଥାଇଲାଣ୍ଡ ୯ ଓ୍ୱିକେଟ ହରାଇ ମାତ୍ର ୭୪ ରନ କରିଥିଲା। ଶେଫାଳି ବର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। 

ସୂଚନାଯୋଗ୍ୟ ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନା ଭାରତ ପାଇଁ ପାଳି ଆରମ୍ଭ କରିଥିଲେ। ଉଭୟ ଦଳ ପାଇଁ ବେଶ ଦମଦାର ପାଳି ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୩୮ ରନ ହୋଇଥିବା ବେଳେ ସ୍ମୃତି ବ୍ୟକ୍ତିଗତ ୧୩ ରନ କରି ଆଉଟ ହୋଇ ପାଭିଲିୟନ ଫେରିଥିଲେ। ସେପଟେ ଶେଫାଳି ବର୍ମା ଦଳ ପାଇଁ ଏକ ଦମଦାର ଇନିଂସ ଖେଳିଥିଲେ। ବ୍ୟକ୍ତି ୪୨ ରନ କରି ସେ ଆଉଟ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରଡ୍ରିଗଜ ୨୭, ହରମନପ୍ରିତ କୌର ୩୬, ପୁଜା ଭସ୍ତ୍ରାକର ୧୭ ରନ କରିଥିଲେ। ଥାଇଲାଣ୍ଡ ପକ୍ଷରୁ ସୋର୍ଣ୍ଣାରିନ ଟିପୋଚ ସର୍ବାଧିକ ୩ଟି ଓ୍ୱିକେଟ ହାତେଇଥିବା ବେଳେ ନାତାୟ ବୁଚାଥମ, ଫାନିତା ମାୟା, ଥିପାଚା ଫୁଥାଓ୍ୱଙ୍ଗ ଗୋଟିଏ ଲେଖାଏ ଓ୍ୱିକେଟ ହାତେଇ ଥିଲେ। 

ଜବାବରେ ଭାରତର ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲା ଥାଇଲାଣ୍ଡର ଦଳ। ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ନିୟମିତ ବ୍ୟବଧାନରେ ଦଳ ଓ୍ୱିକେଟ ହରାଇ ଚାଲିଥିଲା। ଧାର୍ଯ୍ୟ ଓଭର ମଧ୍ୟରେ ଥାଇଲାଣ୍ଡ ୯ ଓ୍ୱିକେଟ ହରାଇ ବିଜୟ ଲକ୍ଷ୍ୟ ଠାରୁ ଢେର ଦୂରରେ ରହିଯାଇଥିଲା। ଦଳ ପକ୍ଷରୁ ଅଧିନାୟିକା ନାରୁଏମଲ ଚାଇଓ୍ୱାଇ ଓ ନତାୟା ବୁଚାଥମ ୨୧ ରନ ଲେଖାଏଁ କରିଥିଲେ। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଭାରତ ପକ୍ଷରୁ ଦିପ୍ତୀ ଶର୍ମା ସର୍ବାଧିକ ୩ଟି ଓ୍ୱିକେଟ ହାତେଇ ଥିବା ବେଳେ ରାଜେଶ୍ୱରୀ ଗାଏକ୍ୱାଡ଼ ଦୁଇଟି, ରେଣୁକା ସିଂହ, ସ୍ନେହା ରଣା ଓ ସେଫାଳି ବର୍ମା ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।