SCO Meeting: ଭାରତ ଆସିବେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ!
Advertisement
Article Detail0/zeeodisha/odisha1611559

SCO Meeting: ଭାରତ ଆସିବେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ!

India invites Pakistan Defence Minister: ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ବୌଠକରେ ଯୋଗଦେବାକୁ ଭାରତ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) କୁ ନିମନ୍ତ୍ରଣ ପଠାଇଛି ।

ସାଙ୍କେତିକ ଛବି

SCO meeting: ଆସନ୍ତା ମାସରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ବୈଠକ ପାଇଁ ଭାରତ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କୁ (Pakistan Defence Minister Khawaja Asif) ନିମନ୍ତ୍ରଣ ପଠାଇଛି । ବର୍ତ୍ତମାନ ଭାରତ ପାଖରେ ଏସସିଓର ଅଧ୍ୟକ୍ଷତା ରହିଛି, ଯେଉଁଥିରେ ଚୀନ୍, ଭାରତ, କଜାକିସ୍ତାନ, କିର୍ଗିସ୍ଥାନ, ଋଷ, ପାକିସ୍ଥାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ସଦସ୍ୟ ଅଛନ୍ତି । ଭାରତକୁ ଏସସିଓର ଅଧ୍ୟକ୍ଷ ଭାବରେ ଅନେକ ବୌଠକ ଆୟୋଜନ କରିବାକୁ ପଡିବ ।

ଏହି ନିମନ୍ତ୍ରଣକୁ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) କୁ ମଧ୍ୟ ପଠାଯାଇଛି । ଖ୍ୱାଜା ଆସିଫ ଭାରତ ସରକାରଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଥିବା ଖବର ମଧ୍ୟ ରହିଛି । କୂଟନୌତିକ ସୂତ୍ରକୁ ସନ୍ଦର୍ଭ ଦେଇ ଦି ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜକୁ କହିଛି ଯେ ଭାରତ ସରକାର ମଙ୍ଗଳବାର ଦିନ ନିମନ୍ତ୍ରଣ ପତ୍ର (ଚିଠି) କୁ ପାକିସ୍ତାନର ବୌଦେଶିକ କାର୍ଯ୍ୟାଳୟ ସହ ସେୟାର କରିଛନ୍ତି । ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭାରତ ଏପର୍ଯ୍ୟନ୍ତ ନିଶ୍ଚିତ କରି ନାହିଁ ।

ଏହି ଖବରରେ କୁହାଯାଇଛି ଯେ ଭାରତ ପୂର୍ବରୁ ପାକିସ୍ତାନର ପ୍ରଧାନ ବିଚାରପତି ଉମର ଆଟା ବ୍ୟାଣ୍ଡିଆଲଙ୍କୁ ନିମନ୍ତ୍ରଣ କରିଥିଲା ​ଓ ଏସିଓ ବୌଦେଶିକ ମନ୍ତ୍ରୀ ବୌଠକ ପାଇଁ ନିମନ୍ତ୍ରଣ ମଧ୍ୟ ସେୟାର କରିଥିଲା । ଖବର ଅନୁଯାୟୀ, ପାକିସ୍ତାନର ପ୍ରଧାନ ବିଚାରପତି ଏସସିଓ ପ୍ରଧାନ ବିଚାରପତିଙ୍କ ବୌଠକରେ ଯୋଗ ଦେଇନଥିଲେ ଦ ତାଙ୍କ ସ୍ଥାନରେ ଜଷ୍ଟିସ ମୁନିବ ଅଖତର ଭିଡିଓ କନଫରେନ୍ସ ମାଧ୍ୟମରେ ନିକଟରେ ଶେଷ ହୋଇଥିବା ବୌଠକରେ ଅଂଶଗ୍ରହଣ କରିଥିଲେ ।

କହିରଖୁଛୁ ଯେ, ଏପ୍ରିଲରେ ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ, ମେ ମାସରେ ଗୋଆରେ ଏସସିଓର ବୌଦେଶିକ ମନ୍ତ୍ରୀଙ୍କ ବୌଠକ ଅନୁଷ୍ଠିତ ହେବ । ପାକିସ୍ତାନ ସରକାର କହିଛନ୍ତି ଯେ ଭାରତରେ ହେବାକୁ ଥିବା ବୌଠକରେ ବୌଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ କିମ୍ବା ପ୍ରତିରକ୍ଷା ମନ୍ତ୍ରୀ ଆସିଫଙ୍କ ଅଂଶଗ୍ରହଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ମେ ମାସରେ ଏକ ବୌଠକ ପାଇଁ ଭାରତ ଆମନ୍ତ୍ରିତ ଏସସିଓ ସଦସ୍ୟ ରାଷ୍ଟ୍ରର ବୌଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବିଲାୱାଲ ଭୁଟ୍ଟୋ ଜାରଦାରୀ ଓ ଚୀନ୍‌ର କିନ୍ ଗ୍ୟାଙ୍ଗ ଅଛନ୍ତି ।

ଏହା ବି ପଢ଼ନ୍ତୁ: Pakistan: ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି ଲାହୋର! ଇମ୍ରାନଙ୍କୁ ରହିଛି ହତ୍ୟାର ଭୟ, ଫଟୋରେ ଦେଖନ୍ତୁ ବର୍ତ୍ତମାନର ପାକିସ୍ତାନ

ଏହା ବି ପଢ଼ନ୍ତୁ: Rishabh Pant latest video: ପନ୍ତ ପ୍ରଶଂସକଙ୍କ ପାଇଁ ଖୁସି ଖବର! ସୁଇମିଂ ପୁଲରେ ଚାଲିଲେ ଋଷଭ, ଦେଖନ୍ତୁ ସେ ସେୟାର କରିଥିବା ଏହି ଭିଡିଓ