Advertisement

Odisha Monsoon

alt
ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୁଳ ରହିଛି ପାଗ । ଆସନ୍ତା ଦୁଇ ଦିନ ମଧ୍ୟରେ ଲେଉଟାଣି ପ୍ରକ୍ରିୟା ଆରମ୍ଭ ହେବ। ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ସିକ୍କିମର କିଛି ଅଞ୍ଚଳରୁ ଆସନ୍ତା ଦୁଇ ଦିନ ମଧ୍ୟରେ ଫେରିବ ମୌସୁମୀ । ସେହିଭଳି ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାରର ବାକି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ । ଏହି ସବୁ ରାଜ୍ୟରେ ପୂର୍ବରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିଲା । ବାକି ଅଞ୍ଚଳରୁ ମୌସୁମୀ ଫେରିବ। ମହାରାଷ୍ଟ୍ର ଓ ଛତିଶଗଡ଼ର ଆଉ କିଛି ଅଞ୍ଚଳରୁ ମଧ୍ୟ ମୌସୁମୀ ଫେରିଯିବ। ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପୂର୍ବରୁ ପାଗ ଅନୁକୁଳ ନଥିଲା । ଏବର୍ଷ ମୌସୁମୀ ଋତୁରେ ଓଡ଼ିଶାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି।
Oct 11,2024, 17:52 PM IST

Trending news