Independence Day 2023: କାହିଁକି ଲାଲକିଲ୍ଲାରେ ହୋଇଥାଏ ପତାକା ଉତ୍ତୋଳନ, ଜାଣନ୍ତୁ ଏହା ପଛର କାହାଣୀ...
Advertisement
trendingNow11825321

Independence Day 2023: କାହିଁକି ଲାଲକିଲ୍ଲାରେ ହୋଇଥାଏ ପତାକା ଉତ୍ତୋଳନ, ଜାଣନ୍ତୁ ଏହା ପଛର କାହାଣୀ...

Independence Day 2023: ଆଜି ସାରା ଦେଶ ପାଳୁଛି ୭୭ତମ ସ୍ବାଧୀନତା ଦିବସ । ଏନେଇ ସମଗ୍ର ଭାରତବର୍ଷରେ ଉତ୍ସାହର ମାହୋଲ ରହିଛି। ଏନେଇ ଲାଲକିଲ୍ଲାରେ ମୁଖ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ତେବେ ସ୍ବାଧୀନତା ଦିବସ ଉପଲକ୍ଷେ ଆସନ୍ତୁ ଆଲୋଚନା କରିବା କାହିଁକି ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରାଯାଇଥାଏ ।

ସୌ(ସୋସିଆଲ ମିଡିଆ)

Independence Day 2023: ଆଜି ସାରା ଦେଶ ପାଳୁଛି ୭୭ତମ ସ୍ବାଧୀନତା ଦିବସ । ଏନେଇ ସମଗ୍ର ଭାରତବର୍ଷରେ ଉତ୍ସାହର ମାହୋଲ ରହିଛି। ଏନେଇ ଲାଲକିଲ୍ଲାରେ ମୁଖ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପହଞ୍ଚିସାରିଛନ୍ତି । ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ତ୍ରିରଙ୍ଗା ଉତ୍ତୋଳନ ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ତେବେ ସ୍ବାଧୀନତା ଦିବସ ଉପଲକ୍ଷେ ଆସନ୍ତୁ ଆଲୋଚନା କରିବା କାହିଁକି ଲାଲକିଲ୍ଲାରୁ (lal Qila) ପତାକା ଉତ୍ତୋଳନ କରାଯାଇଥାଏ ।

ରାଜଧାନୀ ଦିଲ୍ଲୀରେ ଏବେ ବି ବିରାଜମାନ ବହୁ ଐତିହାସିକ ଅଟ୍ଟାଳିକା । କିନ୍ତୁ ସ୍ୱାଧୀନତା ଉତ୍ସବ ପାଳନ ନେଇ ଲାଲକିଲ୍ଲାକୁ ହିଁ ବଛା ଯାଇଥିଲା । ତତକାଳୀନ ପ୍ରଧାନମନ୍ତ୍ରୀ ନେହେରୁ ଏହିଠାରୁ ହିଁ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ, ସେବେଠାରୁ ଏହା ଏକ ପରମ୍ପରା ପାଲଟିଛି । ଲାଲକିଲ୍ଲା ନିର୍ମାଣ ହେବା ପରଠାରୁ ଦେଶର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ସହ ଜଡିତ ତାହା ମୋଗଲ ଶାସନର ପରାଜୟ ହେଉ କି ବ୍ରିଟିଶ ଶାସନର ଆନୁଷ୍ଠାନିକ ପ୍ରତିଷ୍ଠା କିମ୍ବା ବ୍ରିଟିଶ ଶାସନ ବିରୁଦ୍ଧରେ ଭାରତୀୟଙ୍କ ବିଦ୍ରୋହ । ଭାରତୀୟଙ୍କ ପାଇଁ ଏହା କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ ବରଂ ଏହା ହେଉଛି ଗର୍ବ ଓ ବିଶ୍ୱାସର ଏକ ଜ୍ବଳନ୍ତ ଉଦାହରଣ ।

ଲାଲକିଲ୍ଲାକୁ ନେଇ ଜଡ଼ିତ ଇତିହାସ

ଏହି ଦୁର୍ଗ ୧୬୩୮ ମସିହାରେ ମୋଗଲ ସମ୍ରାଟ ଶାହାଜାହାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ସେତେବେଳେ ସେ ଆଗ୍ରାଠାରୁ ଦିଲ୍ଲୀକୁ ରାଜଧାନୀ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଶାହାଜାହାନଙ୍କ ପରେ ତାଙ୍କ ଉତ୍ତରାଧିକାରୀ ଔରଙ୍ଗଜେବଙ୍କ ଶାସନ କାଳରେ ମଧ୍ଯ ଏହା କ୍ଷମତାର କେନ୍ଦ୍ର ହୋଇରହିଥିଲା । ମୋଗଲ ଶାସନର ଅବନତି ସମୟରେ ଏହି ଦୁର୍ଗ ରକ୍ତପାତ ଓ ଲୁଟପାଟର ମୂକ ସାକ୍ଷୀ ଅଟେ । ୧୮୫୮ ମସିହାରେ ଶେଷ ମୋଗଲ ଶାସକ ବାହାଦୂର ଶାହା ଜାଫର ଦ୍ୱିତୀୟ ରଙ୍ଗୁନକୁ ନିର୍ବାସିତ ହେବା ପୂର୍ବରୁ ବ୍ରିଟିଶମାନେ ତାଙ୍କୁ କାରାଗାରରେ ରଖି ଲାଲକିଲ୍ଲା ଉପରେ ଆଧିପତ୍ୟ ବିସ୍ତାର କରିଥିଲେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସାକ୍ଷୀ ଏହି ଲାଲକିଲ୍ଲା

ବ୍ରିଟିଶ ଶାସନ କାଳରେ ମଧ୍ୟ ଲାଲକିଲ୍ଲାର ଗୁରୁତ୍ୱ କମି ନଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବରିଷ୍ଠ INA ଅଧିକାରୀ ମେଜର ଜେନେରାଲ ଶାହା ନୱାଜ ଖାନ, କର୍ଣ୍ଣେଲ ଗୁରୁବାକ୍ ସିଂ ଧିଲନ୍ ଓ କର୍ଣ୍ଣେଲ ପ୍ରେମ ସେହଗଲଙ୍କ ସମେତ ଭାରତୀୟ ଜାତୀୟ ସେନା (INA) ସୈନିକଙ୍କ କୋର୍ଟ ମାର୍ଶଲ ପାଇଁ ଏହାକୁ ଚୟନ କରାଯାଇଥିଲା। କିନ୍ତୁ ଜନସାଧାରଣ ଏହାକୁ ଦୃଢ ବିରୋଧ କରିଥିଲେ । ଶେଷରେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନକୁ (British Broadcasting Corporation) ଏହି କାହାଣୀ ପ୍ରସାରଣ ବନ୍ଦ କରିବାକୁ ପଡିଲା। ଏହା ମଧ୍ୟ କୁହାଯାଇଛି ଯେ, ଅନେକ ଭାରତୀୟ ସୈନିକଙ୍କୁ ମଧ୍ୟ ବ୍ରିଟିଶମାନେ ଏଠାରେ ଫାଶୀ ମଧ୍ଯ ଦେଇଥିଲେ।

ମୋଗଲ ଶାସନର ଗୌରବମୟ ସମୟ ହେଉ କି ଭାରତୀୟଙ୍କ ଅପମାନ ଓ ପରାଜୟର ସ୍ମୃତି ହେଉ ସବୁର ମୂକ ସାକ୍ଷୀ ଭାବେ ଆଜି ବି ବିରାଜମାନ ଲାଲ କିଲ୍ଲା । ବାହାଦୂର ଶାହା ଜାଫରଙ୍କୁ ଲାଲକିଲ୍ଲାରୁ ନିର୍ବାସନ କରାଯାଇ ତାଙ୍କର ସମସ୍ତ କ୍ଷମତାକୁ ଛଡ଼ାଇ ନିଆଯାଇଥିଲା । ଏହି ଲାଲକିଲ୍ଲା ଭାରତୀୟଙ୍କ ଅପମାନ ଓ ସଂଗ୍ରାମର ଏକ ସ୍ମୃତି କେନ୍ଦ୍ର ଅଟେ । ଏହାକୁ ଧ୍ୟାନରେ ରଖି ପତାକା ଉତ୍ତୋଳନ ନେଇ ଏହି ସ୍ଥାନକୁ ଚୟନ କରାଯାଇଥିଲା ।

ମୋଗଲ ଶାସନ ସମୟରେ ଯେତେବେଳେ ଦିଲ୍ଲୀ ରାଜଧାନୀ ହୋଇଥିଲା ସେତେବେଳେ ଲାଲକିଲ୍ଲା ଶାସନର କେନ୍ଦ୍ର ଥିଲା । ଏହା ମଧ୍ୟ ଯୁକ୍ତି କରାଯାଇଛି ଯେ, ଲାଲ କିଲ୍ଲାରୁ ହିଁ ଦେଶର ଗର୍ବ ନଷ୍ଟ ହେବା ସହ ଓ ଭାରତ ଆନୁଷ୍ଠାନିକ ଭାବେ ବ୍ରିଟିଶ ସାମ୍ରାଜ୍ୟର ଦାସ ହୋଇଗଲା। ଏଠାରୁ ହିଁ ଶେଷ ମୋଗଲ ସମ୍ରାଟଙ୍କୁ ନିର୍ବାସନର ଅପମାନଜନକ ଯନ୍ତ୍ରଣା ଭୋଗିବାକୁ ପଡିଲା। ତେଣୁ ସ୍ବାଧୀନ ଭାରତ ଗର୍ବିତ ଓ ସୁବର୍ଣ୍ଣ ଭବିଷ୍ୟତର ମୂଳଦୁଆ ପାଇଁ ଲାଲକିଲ୍ଲାକୁ ଚୟନ କରାଯାଇଥିଲା। ପଣ୍ଡିତ ଜବାହରଲାଲ ନେହେରୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ନୁହେଁ ବରଂ ୧୬ ତାରିଖ ଦିନ ଏଠାରେ ପତାକା ଉତ୍ତୋଳନ କରିଥିଲେ । ସେବେଠାରୁ ପ୍ରତିବର୍ଷ ୧୫ ଅଗଷ୍ଟ ଓ ଜାନୁଆରୀ ୨୬ ଉପଲକ୍ଷେ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରାଯାଇଥାଏ ।

 

Trending news