କାମରେ ଆସୁନି ବିଜୁ ସ୍ୱାସ୍ଥ୍ୟ କାର୍ଡ, କୋମଳମତି ଆଶୁତୋଷଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ
Advertisement
Article Detail0/zeeodisha/odisha1450855

କାମରେ ଆସୁନି ବିଜୁ ସ୍ୱାସ୍ଥ୍ୟ କାର୍ଡ, କୋମଳମତି ଆଶୁତୋଷଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

Ventricular Septal Defect: ଗଞ୍ଜାମ ଜିଲ୍ଲା, ଜଗମୋହନ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟି ଚଳାଉଥିଲେ ପରିବାର। ତେବେ ହଠାତ ତାଙ୍କ ପରିବାର ଉପରକୁ ମଡିଆସିଲା ଦୁଃଖର କଳା ବାଦଲ ।

କାମରେ ଆସୁନି ବିଜୁ ସ୍ୱାସ୍ଥ୍ୟ କାର୍ଡ, କୋମଳମତି ଆଶୁତୋଷଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

Ventricular Septal Defect, ବ୍ରହ୍ମପୁର: ଗରିବି ଉପରେ ଦାଉ ସାଜିଛି ରୋଗ । ସୁଦୁର ଗୁଜରାଟ ଯାଇ ଦାଦନ ଖଟି ପରିବାରର ପେଟ ପୋଷୁଥିଲେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଜଗମୋହନ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ । ପରିବାର କହିଲେ ଦୁଇଟି ପୁଅ, ଗୋଟିଏ ଝିଅ, ସେ ନିଜେ ଓ ସ୍ତ୍ର ଗୋଲାପ କୁମାରୀ ସାହୁ । ତାଙ୍କର ସ୍ୱଳ୍ପ ରୋଜଗାରରେ ପାଞ୍ଚ ପ୍ରାଣୀର ପରିବାର ଚଳୁଥିଲା । ହେଲେ ସାନ ପୁଅ ଆଶୁତୋଷର ଶରୀର ଖରାପ ହେବା ପରେ ସୁଖର ସଂସାରରେ ସତେ ଯେମିତି କଳାର ବାଦଲ ଘଟି ଆସିଥିଲା । ପୁଅର ଚିକିତ୍ସା ପାଇଁ କୃଷ୍ଣଚନ୍ଦ୍ର ଘର ଦ୍ୱାର ସବୁ ବିକ୍ରି କରିସାରିଲେଣି ହେଲେ ଏବେ ଆଉ ଚିକିତ୍ସା କରିବାକୁ ପାଖରେ ଅର୍ଥ ନାହିଁ ।

ଗଞ୍ଜାମ ଜିଲ୍ଲା, ଜଗମୋହନ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟି ଚଳାଉଥିଲେ ପରିବାର। ତେବେ ହଠାତ ତାଙ୍କ ପରିବାର ଉପରକୁ ମଡିଆସିଲା ଦୁଃଖର କଳା ବାଦଲ । ବର୍ଷେ ତଳେ ଯେତେବେଳ ସାନ ପୁଅ ଆଶୁତୋଷକୁ ତିନି ବର୍ଷ ହେଲା ସେ ଚାଲିବା ଓ ଖେଳିବା ବେଳେ ହାଲିଆ ହୋଇ ମୁଣ୍ଡ ବୁଲାଇ ପଡିଯାଉଥିଲା । ତେଣୁ ପୁଅର କଣ ହୋଇଛି ତାହା ଜାଣିବା ପାଇଁ ତାଙ୍କୁ ବ୍ରହ୍ମପୁର ଓ ପରେ ଭୁବନେଶ୍ୱର ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଜଣା ପଡିଲା ପୁଅ ହାର୍ଟରେ ଗୋଟିଏ ହୋଲ ଅଛି ଆଉ ତାହାର ଚିକିତ୍ସା ପାଇଁ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚହେବ । ଏହି କଥା ଶୁଣିବା ପରେ କୃଷ୍ଣଙ୍କ ପାଦତଳୁ ମାଟି ଖସି ଯାଇଥିଲା । ସେ ଘରକୁ ଆସି ନିଜ ଘର ଦ୍ୱାର ବିକ୍ରି କରି ସାନ ପୁଅ ଚିକିତ୍ସା କରୁଛନ୍ତି । ହେଲେ ଏବେ ଆଉ ପୁଅ ଚିକିତ୍ସା କରିବା ପାଇଁ ସମ୍ଭଳ ନାହିଁ।

କୃଷ୍ଣଙ୍କ ପରିବାର ପାଖରେ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ରହିଛି । ହେଲେ ରାସନ କାର୍ଡ କି ବିଜୁ ସ୍ୱାସ୍ଥ୍ୟ କାର୍ଡରେ ପୁଅ ଆଶୁତୋଷର ନାମ ନଥିବାରୁ ତାହା
ମଧ୍ୟ ମେଡ଼ିକାଲରେ କାମରେ ଲାଗୁନି । ତେଣୁ ରାସନ କାର୍ଡ ଓ ବିଜୁ ସ୍ୱାସ୍ଥ୍ୟ
କାର୍ଡରେ ଆଶୁତୋଷଙ୍କ ନାମ ଯୋଡିବା ପାଇଁ କୃଷ୍ଣ, ଦଫ୍ତର ଦଫ୍ତର ଦୌଡ଼ି ଦୌଡ଼ି ନିରାଶ ହେଲେଣି । ଯେତେ ଡେରି ହେଉଛି ରୋଗ ସେତେ ଶରୀରରେ କାୟା ବିସ୍ତାର କରୁଛି । ଆଶୁତୋଷ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏବେ ଆଶୁତୋଷଙ୍କ ଚିକିତ୍ସା ପାଇଁ କେବଳ ଏକ ମାତ୍ର ଭରସା ସରକାରଙ୍କ ସହାୟତା । ତେଣୁ ତାଙ୍କ ବାପା ଓ ଗ୍ରାମବାସୀମାନେ ସରକାରୀ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

ଏପଟେ ପିଲାଟିର ଚିକିତ୍ସା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ସହ କଥା ହେବା ସହ ଖୁବଶୀଘ୍ର ତାର ନାମ ରାସନ କାର୍ଡ଼ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ଯୋଡିବା ପାଇଁ ଧରାକୋଟ BDO ଦେନିସ ବେହେରା ପ୍ରତିଶୃତି ଦେଇଛନ୍ତି । ହେଲେ କେବଳ ପ୍ରଶାସନ କାହିଁକି ଯଦି କୌଣସି ସହୃଦୟ ବ୍ୟକ୍ତି, ସାମାଜିକ ଅନୁଷ୍ଠାନ
ଆଶୁତୋଷଙ୍କ ଏହି ଅବସ୍ଥାକୁ ଗୁରୁତର ସହ ନେଇ ତାଙ୍କୁ ସହଯୋଗର ହାତ ବଢ଼ାଇଲେ କୋମଳ ଶିଶୁଟା ନୂଆ ଜୀବନ ଫେରି ପାଇଥାନ୍ତା ।

ଆର୍ଥିକ ସହାୟତା ପଠାଇ ପାରିବେ-

Account Holder- GOLAP KUMARI SAHU
A/C No- 098601000012019
IFSC- IOBA0000986
Mobile No- 7205288176